Breaking

ଓକେସିଏଲ୍ ବୁଟ୍ କ୍ୟାମ୍ପ୍ – ୨୦୧୯

0

ଭୁବନେଶ୍ୱର: ପ୍ରତିବର୍ଷ ପରି ଓଡ଼ିଶା ନଲେଜ କର୍ପୋରେସନ (ଓକେସିଏଲ) ଚଳିତବର୍ଷ ଆରମ୍ଭରେ ତା’ର ସହଯୋଗୀଙ୍କୁ ନେଇ ୨୦୧୯ର ଜିଲ୍ଲାସ୍ତରୀୟ ବୁଟ୍ କ୍ୟାମ୍ପ୍ ୧୦ଟି ଜୋନ୍ରେ ପାଳନ କରୁଛି । ଏହି ବୁଟ୍ କ୍ୟାମ୍ପ୍ର ପ୍ରଥମ କାର୍ଯ୍ୟକ୍ରମ କଟକ ମେରିଟାଇମ୍ ମ୍ୟୁଜିୟମ୍ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ାର ଜିଲ୍ଲା ସଂଯୋଜକଙ୍କ ତତ୍ତ୍ୱାବଧାନରେ ୬୦ଜଣ ସ୍ୱୀକୃତିପ୍ରାପ୍ତ କେନ୍ଦ୍ର ପରିଚାଳକ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ସେଣ୍ଟର ଫର୍ ୟୁଥ୍ ଓ ସୋସିଆଲ ଡେଭଲପମେଣ୍ଟ କ୍ୟାମ୍ପସ୍ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ର ସମସ୍ତ ସ୍ୱୀକୃତିପ୍ରାପ୍ତ କେନ୍ଦ୍ର ପରିଚାଳକମାନେ ଉପସ୍ଥିତ ଥିଲେ ।

ବାଲେଶ୍ୱର କାର୍ଯ୍ୟକ୍ରମରେ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ସମସ୍ତ କେନ୍ଦ୍ର ପରିଚାଳକ ଉପସ୍ଥିତ ଥିଲେ । ସେହିପରି ଅନୁଗୁଳ କାର୍ଯ୍ୟକ୍ରମ ହୋଟେଲ ସୌରଭରେ ଅନୁଷ୍ଠିତ ହୋଇଥିଲା । ଏଠାରେ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ର କେନ୍ଦ୍ର ପରିଚାଳକମାନେ ଅଂଶଗ୍ରହଣ କରିଥିଲେ । ଏହି ବୁଟ୍ କ୍ୟାମ୍ପ୍ ମାଧ୍ୟମରେ ଓକେସିଏଲ, ସ୍ୱୀକୃତିପ୍ରାପ୍ତ କେନ୍ଦ୍ର ପରିଚାଳକ ଓ ସେମାନଙ୍କ କର୍ମଚାରୀଙ୍କୁ ଓକେସିଏଲର ବିିିଭିନ୍ନ ପ୍ରଡକ୍ଟ (ଓଏସ୍-ସିଆଇଟି ଓ କ୍ଲିକ୍ ପାଠ୍ୟକ୍ରମ) ସହ ପରିଚିତ କରାଇ ଓ ନୂତନ ଭାବେ ପ୍ରସ୍ତୁତ ପ୍ରଡ଼କ୍ଟ (କ୍ଲିକ୍ ଡିପ୍ଲୋମା) ସମ୍ବନ୍ଧରେ ସୂଚନା ଦେଇ ଏହି କମ୍ପ୍ୟୁଟର ପାଠ୍ୟକ୍ରମଗୁଡ଼ିକୁ ଓଡ଼ିଶାର ଛାତ୍ରଛାତ୍ରୀ, ଗୃହିଣୀ, ଅବସରପ୍ରାପ୍ତ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ଆଇ.ଟି. ସାକ୍ଷର କରାଇ ଏକ ଅର୍ଥନୈତିକ ବିକଶିତ ସମାଜ ଗଠନରେ ସାହାଯ୍ୟ କରିବାକୁ ଓକେସିଏଲର କର୍ମକର୍ତ୍ତା ସୂଚନା ଦେଇଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଉପସ୍ଥିତ ରହି ସମସ୍ତ ସହଯୋଗୀ କେନ୍ଦ୍ର ପରିଚାଳକମାନଙ୍କୁ ଦିଗଦର୍ଶନ ଦେବା ସହ ଆମେ କିପରି ଆମ ଲକ୍ଷ୍ୟରେ ୨୦୨୦ସୁଦ୍ଧା ପ୍ରତ୍ୟେକ ପରିବାରରୁ ଜଣେ ଜଣେ ସଦସ୍ୟଙ୍କୁ ଆଇ.ଟି. ସାକ୍ଷର କରିପାରିବା ସେ ବିଷୟରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ବୁଟ୍ କ୍ୟାମ୍ପ୍ର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଜଣେ ଜଣେ ଓକେସିଏଲ – ରତ୍ନ ପୁରସ୍କୃତ କେନ୍ଦ୍ର ପରିଚାଳକ ସେମାନଙ୍କର ଓକେସିଏଲ ସହ ଥିବା ଅନୁଭୂତି ଅନ୍ୟ କେନ୍ଦ୍ର ପରିଚାଳକଙ୍କ ସହ ଆଲୋଚନା କରିଥିଲେ ।

loading...

Leave A Reply

Your email address will not be published.