Breaking

ସୁପ୍ରିମକୋର୍ଟଙ୍କ କଡା ନିର୍ଦେଶ

ପ୍ରବାସୀ ଶ୍ରମିକଙ୍କୁ ୧୫ ଦିନ ଭିତରେ ଘରେ ପହଞ୍ଚାଅ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସୁପ୍ରିମକୋର୍ଟ ଆଜି ଶୁଣାଇଛନ୍ତି କଡା ନିର୍ଦ୍ଦେଶ । ସମସ୍ତ ପ୍ରବାସୀ ଶ୍ରମିକଙ୍କ ନାମ ପଂଜୀକରଣ କରିବା ସହ ୧୫ ଦିନ ଭିତରେ ପ୍ରବାସୀଙ୍କୁ ଘରେ ପହଚାଂଇବାକୁ ରୋକଠୋକ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୨୪ ଘଂଟା ମଧ୍ୟରେ ଶ୍ରମିକଙ୍କୁ ଟ୍ରେନ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାସହ ଶ୍ରମିକ ମାନଙ୍କୁ ଯୋଗ୍ୟତା ଆଧାରରେ ନିଯୁକ୍ତି ଦେବାପାଈ ନିର୍ଦେଶ ଦେଇଛନ୍ତି। ଶ୍ରମିକ ମାନଙ୍କ ତଥ୍ୟ ଉଭୟ ଗ୍ରାମ ଏବଂ ବ୍ଲକ ସ୍ତରରେ ସଂଗ୍ରହ କରାଯିବ ଏବଂ ସେମାନଙ୍କର ସ୍କିଲ୍ ମ୍ୟାପିଙ୍ଗ୍ କରିବା ସହ ତେବେ ଏହ ସେମାନଙ୍କୁ କିପରି ରୋଜଗାରକ୍ଷମ କରାଯାଇ ପାରିବ ସେନେଇ ଦୃଷ୍ଟି ଦେବା ପାଈ କହିଛନ୍ତି। ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ, ସ୍ଥାନାନ୍ତରଣ ସମୟରେ ଶ୍ରମିକଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଲକଡାଉନ୍ ଉଲ୍ଲଂଘନ ମାମଲାକୁ ମଧ୍ୟ ପ୍ରତ୍ୟାହାର କରାଯିବ। ସମସ୍ତ ଶ୍ରମିକ ପଞ୍ଜୀକୃତ ହେବ ଏବଂ ଯେଉଁମାନେ ଘରକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ୧୫ ଦିନ ମଧ୍ୟରେ ଘରକୁ ପଠାଯିବା । ଏହାସହ ଆବଶ୍ୟକ ପରିବହନ ବ୍ୟବସ୍ଥା କରାଇବାକୁ ରାଜ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି।

loading...

Leave A Reply

Your email address will not be published.