Breaking

ବିକ୍ଷୋଭ ପରେ ବଦଳିଲା ପରୀକ୍ଷା ତାରିଖ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କରୋନା ନେଇ ସମଗ୍ର ମାନବ ସମାଜ ଚିନ୍ତାଗ୍ରସ୍ତ ଥିବାବେଳେ ଶିକ୍ଷା ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ଥ। ସରକାରୀ କଟକଣା ଭିତରେ ସ୍ଥିର ହୋଇଛି ପରୀକ୍ଷା ତାରୀଖ ଯାହା ପରୀକ୍ଷାର୍ଥୀଙ୍କୁ ଚିନ୍ତାରେ ପକାଇଛି। ଏ ନେଇ ବିଗତ କିଛି ଦିନ ହେବ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ବିକ୍ଷୋଭକୁ ନଜରରେ ରଖି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ +୩ର ଶେଷ ବର୍ଷ ସେମିଷ୍ଟର ତାରିଖ ଘୁଞ୍ଚାଇ ଦେଇଛନ୍ତି। +୩ର ଷଷ୍ଠ ସେମିଷ୍ଟର ପରୀକ୍ଷା ଜୁନ ୨୫ରେ ହେବାର ଥିଲା । କିନ୍ତୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସମାଜିକ ଦୂରତା ରଖିବା ନିହାତି ଜରୁରୀ ।ଏହାକୁ ଦୃଷ୍ଟିରେ ରଖି କତୃପକ୍ଷ ଅନ୍ୟ ବିକଳ୍ପ ଚିନ୍ତା କରିବାକୁ ଛାତ୍ରୀ ମାନେ ଦାବି କରିଥିଲେ।ପରିଶେଷରେ କତୃପକ୍ଷ୍ୟ ପରିକ୍ଷା ତାରିଖ ବଦଳାଇଛନ୍ତି।

loading...

Leave A Reply

Your email address will not be published.