Breaking

ଆନ୍ତର୍ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ରକ୍ତଦାନ ଶିବିର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆନ୍ତର୍ଜାତୀୟ ମାନବାଧିକାର ଆୟୋଗ ଆନୁକୂଲ୍ୟରେ ଶ୍ରୀ ଚେତନ କୁମାର ମହାପାତ୍ର (ଜିଲ୍ଲା ସଭାପତି) ଙ୍କ ପ୍ରଚେଷ୍ଟା ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ।ବର୍ତ୍ତମାନ କରୋନା ଭଳି ମହାମାରୀ ପରିସ୍ଥିତି ରେ ରାଜ୍ୟରେ ରକ୍ତର ଘୋର ଅଭାବ ରହିଛି । ଏହି ଅଭାବକୁ କିଛି ମାତ୍ରାରେ ମେଣ୍ଟାଇବା ପାଇଁ ଏହା ଏକ କ୍ଷୁଦ୍ର ପ୍ରୟାସ । ଏଥିପାଇଁ ଭାରତୀୟ ରେଡ୍ କ୍ରସ ଏବଂ ସମସ୍ତ ସହଯୋଗୀ ମାନଙ୍କୁ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରାଯାଇଅଛି ।ରକ୍ତଦାନ କରିଥିବା ସବୁ ଭାଈ ଭଉଣୀ ମାନଙ୍କୁ ଅନେକ ଧନ୍ୟବାଦ ଏବଂ ଏହା ସହିତ ଗଣ ମାଧ୍ୟମର ସମସ୍ତ ଭାଈ ଭଉଣୀ ମାନଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଯାଇଛି ।ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଦ।ଶରଥୀ ଶତପଥୀ(ଭାରତୀୟ ପ୍ରଶାସନିକ ସେବା) ସଚିବ, ରାଜ୍ୟ ବିଧାନସଭା ଏବଂ ମାନ୍ୟବର ବିଧାୟିକା ସୁନନ୍ଦା ଦାସ( ବରୀ) ଅତିଥି ଭାବରେ ଯୋଗଦାନ ଦେଇ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ମାନ୍ୟବର ବାଚସ୍ପତି ମହୋଦୟ ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଶୁଭେଚ୍ଛା ଵ।ର୍ତ୍ତା ପ୍ରଦାନ କରିଥିଲେ । ନିଜେ ଚେତନ ମହାପାତ୍ର,ସଂସ୍ଥା ସଭାପତି ତଥା ଆୟୋଜକ ରକ୍ତ ଦାନ କରିଥିଲେ । ଶ୍ରୀ ରଞ୍ଜିତ ସାମଲ ଓ ଶ୍ରୀ ସାଗର ପରିଡ଼ା ବିଶେଷ ଭାବରେ ସହଯୋଗ କରିଥିଲେ ।

loading...

Leave A Reply

Your email address will not be published.