Breaking

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରତ୍ନ ଭଣ୍ଡାର ସମ୍ପର୍କିତ ଆଲୋଚନା ଚକ୍ର

0

ଶ୍ରୀମନ୍ଦିର ଓ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର : ରତ୍ନ ଭଣ୍ଡାର ଏକ ଦୃଷ୍ଟିପାତ

ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ପରି କେରଳର ଥିରୁଭନନ୍ତପୁରମ୍ ଠାରେ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଅବସ୍ଥିତ । ଏହାର ରତ୍ନଭଣ୍ଡାର ଭାରତ ତଥା ବିଶ୍ୱର ଏକ ବିତ୍ତଶାଳୀ ମନ୍ଦିର ରୂପେ ପରିଚିତ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯେପରି କପିଳେନ୍ଦ୍ର ଦେବ, ପ୍ରତାପରୁଦ୍ର ଦେବ, ପୁରୁଷୋତ୍ତମ ଦେବଙ୍କ ସମୟରେ ବିପୁଳ ରତ୍ନ ଗଚ୍ଛିତ ହୋଇଥିଲା ସେହିପରି ତ୍ରିଭେନ୍ଦ୍ରମ୍ ରାଜା ମାଥାଣ୍ଡ ବର୍ମାଙ୍କ ସମୟରେ ଅନନ୍ତ ପଦ୍ମନାଭଙ୍କ ରତ୍ନ ଭଣ୍ଡାର ବିପୁଳ ଧନରତ୍ନରେ ପରିପୂର୍ଣ୍ଣ ହୋଇଥିଲା । କପିଳେନ୍ଦ୍ର ଦେବ ଯେପରି ଜଗନ୍ନାଥଙ୍କୁ ରାଜାଧିରାଜ ରୂପେ ପରିକଳ୍ପନା କରି ନିଜକୁ ପ୍ରଭୁଙ୍କର ରାଉତରୂପେ ଅଭିହିତ କରିଥିଲେ । ମାଥାଣ୍ଡ ବର୍ମା ସେହିପରି ଅନନ୍ତ ପଦ୍ମନାଭ ସ୍ୱାମୀଙ୍କୁ ରାଜ୍ୟର ରାଜାରୂପେ ପରିକଳ୍ପନା କରି ନିଜକୁ ତତ୍ୱାବଧାରକ ରୂପେ କଳ୍ପନା କରିଥିଲେ । ଶ୍ରୀଜଗନ୍ନାଥ ମନ୍ଦିରରେ ଦୁଇଟି ରତ୍ନଭଣ୍ଡାର ଥିବାବେଳେ ଅନନ୍ତ ପଦ୍ମନାଭ ମନ୍ଦିରରେ ଛଅଟି ରତ୍ନଭଣ୍ଡାର ଥିବାର ଜଣାଯାଏ । ଯାହାକି ଏ, ବି, ସି, ଡ଼ି, ଇ, ଏଫ୍ ନାମରେ ନାମିତ । ୨୦୦୯ ମସିହାରେ ଟି.ପି. ଓୁନ୍ଦର ରାଜନ୍ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିକଟରେ ଅନନ୍ତ ପଦ୍ମନାଭ ମନ୍ଦିରରେ ଥିବା ସମସ୍ତ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ପାଇଁ ଆବେଦନ କରିଥିଲେ । ୨୦୧୧ ମସିହା ଜୁନ୍ ମାସରେ ମାନ୍ୟବର ସୁପ୍ରିମ୍‌କୋର୍ଟ ମନ୍ଦିରର ସମସ୍ତ ରତ୍ନଭଣ୍ଡାର ଖୋଲି ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ‘ବି’ ରତ୍ନଭଣ୍ଡାର ବ୍ୟତିତ ଅନ୍ୟ ସମସ୍ତ ରତ୍ନ ଭଣ୍ଡାରକୁ ମିଳୁଥିବା ବସ୍ତୁ ମଧ୍ୟରେ ସାଢେ ତିନି ଫୁଟ ଉଚ୍ଚର ସୁନାର ମହାବିଷ୍ଣୁ ମୂର୍ତ୍ତି ଯେଉଁଥିରେକି ଶହଶହ ହୀରା ଓ ନୀଳାର ପ୍ରସ୍ତର ଖଚିତ ହୋଇଛି । ୧୮ ଫୁଟ ଲମ୍ବର ଶୁଦ୍ଧ ସୁବର୍ଣ୍ଣର ହାର, ୫୦୦ କେଜି ସୁନାର ନିର୍ମିତ୍ତ କଳେଇ (ବିଡ଼ା ବା ଗୋଚ୍ଛା), ୩୬ କେଜି ଓଜନର ସୁବର୍ଣ୍ଣର ଭଉଁରୀ, ୧୨୦୦ ସୁବର୍ଣ୍ଣ ମୁଦ୍ରା, ଏତଦ୍‌ବ୍ୟତୀତ ପ୍ରାଚୀନ କାଳର ଅନେକ ହାର, ମୁକୁଟ, ହୀରା, ସୁବର୍ଣ୍ଣପାତ୍ର, ନୀଳମଣି (ସାଫେୟାର) ନାଲିମଣି (ରୁବି), ସବୁଜ ରଙ୍ଗର ମର୍କତ ମଣି (ଇମାରେଟ) ଓ ବହୁ ମୂଲ୍ୟର ଚିତାକର୍ଷକ ଜେମ୍‌ସ ଷ୍ଟୋନ୍ ବା ରତ୍ନ ପଥର ଯାହାକି ଅନେକ ବସ୍ତାରେ ପୂର୍ଣ୍ଣ ହୋଇ ରହିଅଛି । ଏଥି ସହିତ ଅଷ୍ଟାଦଶ ଶତାବ୍ଦୀର ସ୍ୱର୍ଣ୍ଣ ମୁଦ୍ରା ମଧ୍ୟ ଦେଖିବାକୁ ମିଳେ । ୧୯୯୦ ଅଗଷ୍ଟରେ ମନ୍ଦିର ରେକର୍ଡର ସମୀକ୍ଷକ ପୂର୍ବତନ ହିସାବ ନିୟନ୍ତ୍ରଣ ଅଧିକାରୀ ବିନୋଦ ରାଏଭଣ୍ଡାର ‘ଏ’ ସମ୍ପୂର୍ଣ୍ଣ ରୂପେ ଖୋଲି ଦେଖିଲେ ଯେ ୮୦୦ କେଜି ଓଜନର ଗୁପ୍ତ ସଞ୍ôଚତ ସୁବର୍ଣ୍ଣ ମୁଦ୍ରା, ପ୍ରତ୍ୟେକ ମୁଦ୍ରାର ମୂଲ୍ୟ ଆନୁମାନିକ ୨.୭ କୋଟି ହେବ । ଏକ ଶୁଦ୍ଧ ସୁବର୍ଣ୍ଣର ସିଂହାସନ ଯେଉଁଥିରେ କି ୧୮ ଫୁଟ ଦୈର୍ଘ ଏକ ମୂର୍ତ୍ତି ସ୍ଥାପିତ ହୋଇପାରିବ । ଏଥି ସହିତ ହଜାର ହଜାର ସଂଖ୍ୟକ ସୁବର୍ଣ୍ଣ ପାତ୍ର ମାଠିଆ, ଚୌକି, ମୁକୁଟ ସହ ପ୍ରଚୁର ପରିମାଣର ହୀରା, ନୀଳା, ମୋତି, ମାଣିକ୍ୟ ପ୍ରଭୃତି ଦେଖିବାକୁ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ୍ୟ କୋଟି । ନିକଟରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ସଭାପତି ପ୍ରଫେସର ସୁରେନ୍ଦ୍ରନାଥ ଦାଶଙ୍କ ସହିତ ଏକ ଟିମ୍ ଅନନ୍ତ ପଦ୍ମନାଭ ମନ୍ଦିରର ସର୍ବେକ୍ଷଣ କରି ନିକଟରେ ଫେରିଛନ୍ତି ଯାହାର ବିଷୟବସ୍ତୁ ଆଜି ତା.୨୬.୦୨.୨୦୨୩ରିଖରେ ଆଲୋଚନା ଚକ୍ରରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି ।

loading...

Leave A Reply

Your email address will not be published.