Breaking

ପୃଥିବୀଠାରୁ ଖୁବ ନିକଟରେ ଗତି କରିବ ଉଲକା ପିଣ୍ଡ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

୨୯ ଏପ୍ରିଲରେ ଅର୍ଥାତ ଆସନ୍ତାକାଲ ଏକ ବିଶାଳ ଉଲକା ପିଣ୍ଡ ପୃଥିବୀ ଠାରୁ ଖୁବ ନିକଟ ଦେଇ ଗତି କରିବ | ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ ଏହାର ବେଗ ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ହେବ। ତଥାପି, ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ବୈଜ୍ଞାନିକ ମାନେ ସ୍ପଷ୍ଟ କରିଛନ୍ତି।ଏହି ଉଲକା ପୃଥିବୀକୁ ଆସିବାର ସମ୍ଭାବନା ନାହିଁ | ରିପୋର୍ଟ ଅନୁସାରେ ଆସନ୍ତାକାଲି ସକାଳ ପ୍ରାୟ ୫:୫୬ ରେ, ଏହି ଉଲକା ପୃଥିବୀ ପାର୍ଶ୍ୱ ଦେଇ ଗତି କରିବ | ବୈଜ୍ଞାନିକଙ୍କ ଅନୁଯାୟୀ ଉଲକା ଯଥେଷ୍ଟ ବଡ଼ ହୋଇଥିଲେ ବି ପୃଥିବୀ ଉପରେ କୌଣସି ପ୍ରଭାବ ପକାଇବ ନ ଥିବାରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି | ଉଲକାପିଣ୍ଡ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବାବେଳେ ଆକାରରେ ୧ ମିଟରରୁ ଆରମ୍ଭ ହୋଇ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ । ତେବେ ବେଳେବେଳ ଏହି ଉଲକାଗୁଡିକ ପୃଥିବୀର ମାଧ୍ୟକର୍ଷଣ ଶକ୍ତି ଦ୍ବାରା ପୃଥିବୀ ଆଡକୁ ଆକର୍ଷିତ ହୋଇଥାନ୍ତି ।

loading...

Leave A Reply

Your email address will not be published.