ମୁମ୍ବାଇ: ଆଜି ହେଉଛି ରଙ୍ଗର ପର୍ବ ହୋଲି। ସାରା ଦେଶରେ ଲୋକେ ହୋଲି ଖେଳିଛନ୍ତି। ବଲିଉଡ୍ରେ ଅନେକ ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳେ। ତେବେ ଆପଣ ଜାଣିଛନ୍ତି କେଉଁ ଫିଲ୍ମରେ ପ୍ରଥମେ ହୋଲିରେ ଖେଳାଯାଥିବା ରଙ୍ଗ ରଙ୍ଗୀନ୍ ଦେଖାଯାଇଥିଲା। କାରଣ ପୂର୍ବରୁ ଫିଲ୍ମ ଗୁଡ଼ିକ କେବଳ କଳା ଧଳା ରଙ୍ଗରେ ଆସୁଥିଲା। ତେଣୁ ସୁଟିଂ ବେଳେ ଭଳିକ ଭଳି ରଙ୍ଗରେ କଳାକାରମାନେ ହୋଲି ଖେଳୁଥିଲେ ବି ପରଦାରେ ଆସିଲା ବେଳକୁ ସବୁ କଳାଧଳା ଦେଖା ଯାଉଥିଲା।ସୂଚନା ମୁତାବକ ପ୍ରଥମ ଥର ‘ଔରତ୍’ ଫିଲ୍ମରେ ହୋଲି ଖେଳ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଫିଲ୍ମଟି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫିଲ୍ମ ଥିଲା। ଏଥିରେ ହୋଲି ଦେଖିବାକୁ ମିଳିଥିଲା କିନ୍ତୁ ହୋଲିର ପ୍ରକୃତ ରଙ୍ଗ ଦେଖିବାକୁ ମିଳିନଥିଲା। କିନ୍ତୁ ୫୦ ଦଶକରେ ଆସିଥିଲା ଫିଲ୍ମ ‘ଆନ୍’। ସେଥିରେ ଦିଲ୍ଲୀପ କୁମାର ଓ ନିମ୍ମି ନାଚି ଓ ଗାଇ ହୋଲି ଖେଳିଥିଲେ। ଏହି ଫିଲ୍ମରେହିଁ ପ୍ରକୃତ ହୋଲିର ରଙ୍ଗ ଦର୍ଶକ ପରଦାରେ ଦେଖିବାକୁ ପାଇଥିଲେ। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ମହବୁବ୍ ଖାନ ଥିଲେ। ଫିଲ୍ମରେ ହୋଲିକୁ ନେଇ ଚିତ୍ରିତ ହୋଇଥିବା ଗୀତଟି ହେଉଛି ‘ଖେଲୋ ରଙ୍ଗ ହମାରି ସଙ୍ଗ’। ଏହା ଖୁବ୍ ଲୋକପ୍ରିୟ ହୋଇଥିଲା।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’