Breaking

ହୋଲି ପାଇଁ ସାରାଦେଶ ଉତ୍ସବମୁଖର : ପରସ୍ପରକୁ ଫଗୁ ଅବିର ଲଗାଇ ଜଣାଇଲେ ହୋଲି ଶୁଭେଚ୍ଛା

0

ଭୁବନେଶ୍ବର :ଆଜି ରଙ୍ଗର ପର୍ବ ହୋଲି । ରଙ୍ଗର ରଙ୍ଗରେ ରଙ୍ଗୀନ୍ ପରିବେଶ । ରଙ୍ଗ, ଅବିରିରେ ସଭିଏଁ ରଙ୍ଗିନ । ସବୁ ଭେଦଭାବ, ମାନ ଅଭିମାନ ଭୁଲି ଲୋକମାନେ ହୋଲି ଖେଳିବା ସହ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ମିଠା ଖୁଆଇ ଖୁସି ମନାଇଛନ୍ତି । ତେବେ ଏହି ଗଣପର୍ବରେ ନେତା ବି ନିଜକୁ ସାମିଲ କରିବା ପାଇଁ ପଛାଇ ନାହାନ୍ତି ।ଜାତି, ଧର୍ମ ନିର୍ବିଶେଷରେ ହୋଲିର ରଙ୍ଗରେ ସମସ୍ତେ ରଙ୍ଗେଇ ହୋଇଛନ୍ତି ।

ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ବୃନ୍ଦାବନରେ ଚାଲିଛି ହୋଲିର ଉତ୍ସବ । ମଥୁରା ସହ ବୃନ୍ଦାବନରେ ହୋଲି ଖେଳର ବେଶ ସ୍ୱତନ୍ତ୍ରତା ରହିଛି । ଫଗୁ ଦଶମୀ ପରଠୁ ଏହି ଦୁଇ ସହରରେ ଥିବା ବିଭିନ୍ନ ମନ୍ଦିରଠୁ ନେଇ ମଠ ସବୁଠି ହୋଲି ଖେଳ ବେଶ ଧୁମଧାମରେ ପାଳନ କରାଯାଇଥିଲା । ସାଧୁସନ୍ଥଙ୍କଠୁ ନେଇ ସାଧାରଣ ଜନତା ରଙ୍ଗର ଉତ୍ସବ ହୋଲିକୁ ବେଶ ଉତ୍ସାହର ସହ ପାଳିଥାନ୍ତିି । ହୋଲି ଅବସରରେ ବୃନ୍ଦାବନ ବାଙ୍କ ବିହାରୀ ଓ ଦ୍ୱାରକାଧୀଶ ମନ୍ଦିରରେ ଆୟୋଜନ କରାଯାଇଥାଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

loading...

Leave A Reply

Your email address will not be published.