Breaking

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟର ‘ନୂଆ-ଓ, ଯୁବ ଓଡ଼ିଶା’ ଉଦ୍‌ଯାପିତ

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ‘ନୂଆ-ଓ, ଯୁବ ଓଡ଼ିଶା’, ନବୀନ ଓଡ଼ିଶା ଆନୁକୂଲ୍ୟରେ ଦୀର୍ଘ ଦେଢ ମାସ ଧରି ଦେବରାୟ ମହାବିଦ୍ୟାଳୟର ଉଭୟ +୨ ଓ +୩ ବିଭାଗର ଅନୁଷ୍ଠିତ ହୋଇଆସୁଥିବା ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ବିତରଣ ଉତ୍ସବ ତଥା ଉଦ୍‌ଯାପନୀ ଉତ୍ସବ ଆଜି ପାଳିତ ହୋଇଯାଇଛି  । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଭୁବନେଶ୍ୱର (ମଧ୍ୟ) ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଶ୍ରୀଯୁକ୍ତ ଚିନ୍ମୟ ଆଚାର୍ଯ୍ୟ, ଉପଜିଲ୍ଲାପାଳ, ଭୁବନେଶ୍ୱର, ଶ୍ରୀମତୀ ପଦ୍ମଜା ପ୍ରିୟଦର୍ଶିନି- କର୍ପୋରେଟର ୱାର୍ଡ ନଂ-୩୮ ପ୍ରମୁଖ ଯୋଗ ଦେଇଥିଲେ  । ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ମହାବିଦ୍ୟାଳୟର ପରିବେଶକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ  । ମାନ୍ୟବର ବିଧାୟକ ଓ ସମ୍ମାନୀୟ ଉପ ଜିଲ୍ଲାପାଳ ସେମାନଙ୍କ ଅଭିଭାଷଣରେ ମହାବିଦ୍ୟାଳୟର ଶୃଙ୍ଖଳିତ ପରିବେଶକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେଲେ ସେମାନେ ଲକ୍ଷ୍ୟସ୍ଥଳରେ ପôହପାରିବେ ବୋଲି କହିଥିଲେ  । ଅଧ୍ୟକ୍ଷା ଡଃ ରୀନା ଘଡ଼େଇ ତାଙ୍କର ସ୍ୱାଗତ ଭାଷଣରେ ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀମାନଙ୍କ କୃିତ୍ୱ ଓ ପ୍ରତିଭା ସମ୍ପର୍କରେ କହିଥିଲେ  । ନୋଡାଲ୍ ଅଫିସର ଡଃ ଦେବାଂଶୁ ପ୍ରାମାଣିକ ଓ ଡଃ ସୁରଥ କୁମାର ଦାସ ମ ପରିଚାଳନା କରିବା ସହ ଶ୍ରୀଯୁକ୍ତ କାମଦେବ ହୋତା ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ  । ପ୍ରାଧ୍ୟାପିକା ମମତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ  । ଏହାପରେ ଛାତ୍ରଛାତ୍ରୀମାନଙ୍କର ନୃତ୍ୟ ଓ ଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।

loading...

Leave A Reply

Your email address will not be published.