Breaking

ଅନ୍ତରିକ୍ଷରୁ ଆଖି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପିଏସଏଲଭି- ସି୪୮ ର ହେଲା ସଫଳ ଉତ୍କ୍ଷଷଣ । ଇସ୍ରୋ ଶ୍ରୀହରିକୋଟାରୁ ପିଏସଏଲଭି-ସି୪୮ ଜରିଆରେ ରିସାଟ-୨ବିଆର୧ କୁ ଅନ୍ତରୀକ୍ଷକୁ ସଫଳତାର ସହ ଉତକ୍ଷପଣ କରିଛି । ଅପରାହ୍ଣ ୩ଟା ୨୫ ମିନିଟରେ ଇସ୍ରୋ ଏହି ସାଟେଲାଇଟ ଉତକ୍ଷେପଣ କରିଛି। ରିସାଟ-୨ବିଆର ୧ ଉପଗ୍ରହ ଆକାଶ ଉପରୁ ଶତ୍ରୁଙ୍କ ଉପରେ ନଜର ରଖିବା ସହ ଦିନ ହେଉ ଅବା ରାତି ଯେକୌଣସି ପରିସ୍ଥିତିରେ ଏହି ଉପଗ୍ରହ ସୀମା ଉପରେ ତୀକ୍ଷ୍ଣ ନଜର ରଖିପାରିବ। ଖରାପ ପାଗ କିମ୍ବା ବର୍ଷା ପାଗ କିମ୍ବା କୁହୁଡିଆ ପାଗରେ ବି ଆକାଶ ଉପରୁ ଖୁବ ଭଲ ଭାବରେ ସୀମା ଉପରେ ନଜର ରଖିବା ସହ ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖିବ।

loading...

Leave A Reply

Your email address will not be published.