Breaking

ହାପି କିଡ୍ସ୍ ସ୍କୁଲକୁ ଜାତୀୟ ପୁରସ୍କାର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଖଣ୍ଡଗିରୀ ପାଦଦେଶରେ ସ୍ଥାପାତ ହାପି କିଡ୍ସ୍ ସ୍କୁଲ୍ କୁୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।ଗତ ଡିସେମ୍ବର ମାସ ୬ ତାରିଖରେ ହାଇଦ୍ରାବାଦ ର ହାଇଟେକ୍ ସିଟି ଠାରେ ସପ୍ତମ ସର୍ବଭାରତୀୟ ଏକ୍ସିଲେନ୍ସି ଆଓ୍ବାର୍ଡ ର ଏକ ବର୍ଣାଢ୍ୟ ଉତ୍ସବରେ ହାପି କିଡ୍ସ୍ ସ୍କୁଲ ୧୦୦ ଟି ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ତାଲିକାରେ ରଖିବା ସହ ପୁରସ୍କୃତ କରାଯାଇଛି।ଏହି ଉତ୍ସବରେ କେ ସାବିତ୍ରୀ ସ୍କୁଲ୍ ର ନିର୍ଦେଶିକା ହାପି କିଡ୍ସ୍ ସ୍କୁଲ୍ ର ଶ୍ରୀମତି ସୁରଜିତା ମହାନ୍ତିଙ୍କୁ ମାନପତ୍ର ଓ ଫଳକ ସହ ପୁରସ୍କୃତ କରିଥିଲେ।ଶିଶୁ ମାନଙ୍କର ବ୍ୟକ୍ତିତ୍ବରେ ଅଭିବୃଧି ସହ ସେମାନଙ୍କୁ ଜଣେ ଦକ୍ଷ ସୁନାଗରିକ ଭାବେ ଗଢିତୋଳିବା ନିମନ୍ତେ ହାପି କିଡ୍ସ ସ୍କୁଲ ସଦିସର୍ବଦା ଚେଷ୍ଟିତ।ସ୍କୁଲ୍ ର ଅଧ୍ୟକ୍ଷ କିଶୋର ମିଶ୍ର ଓ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ଅକ୍ଲାନ୍ତ ପରିଶ୍ରମ ,ଉଚ୍ଚ କୋଟିର ଶିକ୍ଷାଦାନ ଓ ଶୃଙ୍ଖଳା ବଳରେ ହାପି କିଡ୍ସ ସ୍କୁଲ୍ କୁ ଏ ସଫଳତା ମିଳିପାରିଛି।ଆଗାମୀ ଦିନରେ ଶିଶୁ ମାନଙ୍କ ସାମଗ୍ରୀକ ବିକାଶ ଓ ଶିକ୍ଷାରେ ଅଧିକ ଉନ୍ନତି ନିମନ୍ତେ ଚେଷ୍ଠା ଜାରି ରହିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ମତ ଦେଇଛନ୍ତି।

loading...

Leave A Reply

Your email address will not be published.