Breaking

ଶୈଳଶ୍ରୀବିହାରରେ କଳାକନା ବୁଲାଇଲେ ଲୁଟେରା

0

ଭୁବନେଶ୍ୱର:ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ ହୋଇଛି । ଘର ଝରକା ତାଡି ଲୁଟେରାମାନେ ଭିତରେ ପଶିବା ସହ ସୁନା ଅଳଙ୍କାର, ନଗଦ ଟଙ୍କା, କାର ଓ ସ୍କୁଟି ନେଇ ଚମ୍ପଟ ମାରିଛନ୍ତି ।ଲୁଟର ଶିକାର ହୋଇଛନ୍ତି ସନ୍ତୋଷ କୁମାର ବେହେରା । ରିପୋର୍ଟ ଅନୁସାରେ, ସନ୍ତୋଷ ଏବଂ ତାଙ୍କ ପତ୍ନୀ ଶୈଳଶ୍ରୀବିହାର ଫେଜ୍ ୬ର ପ୍ଲଟ ନମ୍ବର ଜିଏ-୫୧୫ରେ ରହନ୍ତି । ତେବେ ସେମାନେ ବାହାରକୁ ଯାଇଥିବା ବେଳେ ଏହାର ଫାଇଦା ଉଠାଇଥିଲେ ଲୁଟେରା ।ତେବେ ଏନେଇ ସୂଚନା ଦିଆଯିବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।

loading...

Leave A Reply

Your email address will not be published.