Breaking

ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢାଇଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ : ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଏହା ଆଗାମୀ ମାସରୁ ଲାଗୁ ହେବ । ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ, ଯେଉଁମାନେ ମାସିକ ୩୦୦୦ ହଜାର ଟଙ୍କା ପାଉଥିଲେ ସେମାନଙ୍କ ପାରିତୋଷିକ ୪୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କା ପାଇବେ । ସେହିଭଳି ଅଙ୍ଗନୱାଡ଼ି ହେଲପରମାନଙ୍କ ଦରମା ମଧ୍ୟ ୧୫୦୦ ଟଙ୍କାରୁ ୨୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଆଶା କର୍ମୀଙ୍କ ପାରିତୋଷିକ ରାଶିକୁ ମଧ୍ୟ ଦୁଇ ଗୁଣା ବର୍ଦ୍ଧିତ ହୋଇଛି । ଏହା ସହିତ ସମସ୍ତ ଆଶା କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ମୋଦୀ ଘୋଷଣା କରିଛନ୍ତି ।

ଏହା ବ୍ୟତୀତ ମୋଦି ଘୋଷଣା କରିଛନ୍ତି ଯେଉଁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ Common Application Software (ICDS-CAS) ବ୍ୟବହାର କରୁଛନ୍ତି ସେମାନଙ୍କୁ ଅତିରିକ୍ତ ଭତ୍ତା ମିଳିବ । ପ୍ରଦର୍ଶନ ଅନୁସାରେ ୨୫୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ଯନ୍ତ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଆଶା କର୍ମୀମାନଙ୍କ ଭତ୍ତାକୁ ଦୁଇ ଗୁଣା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

loading...

Leave A Reply

Your email address will not be published.