Breaking

ପୁଣି ଥରେ ପିତା ହେଲେ ସାହିଦ୍ : ଜାଣନ୍ତୁ ଏଥର ପୁଅ ଆସିଲା ନା ଝିଅ

0

ନୂଆଦିଲ୍ଲୀ: ପୁଣି ପିତା ହେଲେ ବଲିଉଡ ଅଭିନେତା ସାହିଦ୍ କାପୁର । ବୁଧବାର ବିଳମ୍ବିତ ରାତିରେ ସହିଦଙ୍କ ପତ୍ନୀ ମୀରା ରାଜପୁତ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ସୂଚନା ମିଳିଛି । ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ନବଜାତ ଶିଶୁପୁତ୍ରର ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇନାହିଁ ।ଶାହିଦ ପ୍ରଥମେ ଏକ ଝିଅର ପିତା ଥିଲେ ଏବେ ସେ ଏକ ପୁଅର ପିତା ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଖବର ଅନୁସାରେ ମିରାଙ୍କୁ ବୁଧବାର ହସ୍ପିଟାଲରେ ହିଁ ଭର୍ତ୍ତି କରାଯାଇଥିଲା । ମିରା ଏହା ପୂର୍ବରୁ ୨୬ ଅଗଷ୍ଟ ୨୦୧୬ରେ ଏକ ଝିଅ ମିଶାକୁ ଜନ୍ମ ଦେଇଥିଲେ । ରିପୋର୍ଟ ଅନୁସାରେ ମା’ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

loading...

Leave A Reply

Your email address will not be published.