Breaking

ହୋଟେଲରୁ ମିଳିଲା ବେଙ୍ଗଲି ଅଭିନେତ୍ରୀ ପାୟଲଙ୍କ ମୃତ ଦେହ

0

କୋଲକତା:ବେଙ୍ଗଲୀ ଟିଭି ଓ ଫିଲ୍ମ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସିଲିଗୁଡିଠାରେ ହେଟେଲ ରୁମରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି ।ମଙ୍ଗଳବାର ଦିନ ଅଭିନେତ୍ରୀ ପାୟଲ ଚର୍ଚ୍ଚ ରୋଡରେ ଏକ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିଲେ। ଗତକାଲି ତାଙ୍କୁ ଗ୍ୟାଙ୍ଗଟକ୍‌ ଯିବାର ଥିଲା। କିନ୍ତୁ ସେ ଚେକ୍‌ ଆଉଟ୍‌ ନ କରିବାରୁ ହୋଟେଲ୍‌ ଷ୍ଟାଫ୍‌ ତାଙ୍କ ରୁମ୍‌କୁ ବାରମ୍ବାର ବାଡ଼େଇଥିଲେ। ହୋଟେଲ ରୁମର କବାଟ ବନ୍ଦ ଥିବାରୁ ଏହାକୁ ଭାଙ୍ଗି ଭିତରେ ପଶିଥିଲେ । ତାଙ୍କ ଶବ ପୋଷ୍ଟମର୍ଟମ କରାଯିବା ସହ ଘଟଣାର ତଦନ୍ତ କରୁଛି ପୋଲିସ୍ ।ହଠାତ୍‌ ଏଭଳି ଖବର ଶୁଣି ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି । ମୃତ୍ୟୁ ପଛର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଏହା ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

loading...

Leave A Reply

Your email address will not be published.