Breaking

ଅସତ୍ୟ ଉପରେ ସତ୍ୟର ବିଜୟ : ତୀର ମାରି ରାବଣ ଦହନ କଲେ ମୋଦୀ

0

ନୂଆଦିଲ୍ଲୀ: ଆଜି ବିଜୟା ଦଶମୀ ପାଇଁ ସାରା ଦେଶଠୁ ନେଇ ରାଜ୍ୟ ଚଳଚଞ୍ଚଳ ଥିଲା।ଦଶହରାକୁ ନେଇ ଦିଲ୍ଲୀ ମଧ୍ୟ ହୋଇ ଉଠିଛି ଉତ୍ସବ ମୁଖର। ଦିଲ୍ଲୀରେ ଲାଲକିଲ୍ଲା ମୈଦାନରେ ଲବ-କୁଶ ରାମଲୀଲାରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି। ଏହି ଅବସରରେ ରାମାୟଣ ପରିବେଷଣ ହୋଇଥିଲା । ଶେଷରେ ଅଗ୍ନି ସଂଯୋଗ କରି ରାବଣ ବଧ କରିଥିଲେ ପ୍ରଧାନମନ୍ତ୍ରୀ ।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ପିଏମ ମୋଦୀ ରାମ-ଲକ୍ଷ୍ମଣଙ୍କୁ ତିଳକ ଲଗାଇଛନ୍ତି। ଏହି ଅବସରରେ ଦର୍ଶକଙ୍କୁ ସମ୍ବୋଧିତ କରି ରାମନାଥ କୋବିନ୍ଦ କହିଛନ୍ତି, ଆମ ସମସ୍ତଙ୍କୁ ପ୍ରଭୁ ରାମଙ୍କ ଜୀବନରୁ ପ୍ରେରଣା ନେବାର ଆବଶ୍ୟକତା ଅଛି। ଭଗବାନ ରାମ ରାବଣ ଉପରେ ଜନସମୂହ ଓ ପରିବେଶ ଠାରୁ ସହଯୋଗ ନେଇ ବିଜୟୀ ହୋଇଥିଲେ।

loading...

Leave A Reply

Your email address will not be published.