Breaking

ବିଜୟା ଦଶମୀରେ ସମ୍ବଲପୁର ଓ ବାଲେଶ୍ୱରରେ ସିନ୍ଦୂର ଖେଳ

0

ଭୁବନେଶ୍ୱର: ବିଜୟା ଦଶମୀରେ ସମ୍ବଲପୁର ଓ ବାଲେଶ୍ୱରରେ ହୋଇଛି ସିନ୍ଦୁର ଖେଳା। ଏହା ହେଉଛି ବଙ୍ଗୀୟ ନୀତି। ବିଜୟା ଦଶମୀରେ ମାଆ ଦୁର୍ଗାଙ୍କୁ ଦିଆଯାଏ ଏହିପରି ବିଦାୟ। ସେଥିପାଇଁ ମହିଳାମାନେ ପରସ୍ପର ସହିତ ସିନ୍ଦୁର ଖେଳନ୍ତି। ପରସ୍ପରର ମଥାରେ ଓ ଶଙ୍ଖାରେ ସିନ୍ଦୁର ବୋଳନ୍ତି। ଏହା ଦ୍ୱାରା ଶଙ୍ଖା ବଜ୍ର ହୁଏ ବୋଲି ବିଶ୍ୱାସ ରହିଛି। ମା‌ଆଙ୍କୁ ବିଦାୟ ଦି‌ଆଯାଉଥିଲେ ମଧ୍ୟ କୌଣସି ଦୁଃଖ ନ ଥାଏ। ବରଂ ଆସନ୍ତା ବର୍ଷ ମାଆ ଦୁର୍ଗା ପୁଣି ଥରେ ଆସିବେ ବୋଲି ତାଙ୍କୁ ଖୁସି ମନରେ ବିଦାୟ ଦିଆଯାଏ।

loading...

Leave A Reply

Your email address will not be published.