Breaking

ରଞ୍ଜନ ଯିବେ ରାଜ୍ୟସଭା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁଯାୟୀ, ରଞ୍ଜନ ଗୋଗେଇଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ରଞ୍ଜନ ଗୋଗେଇ ଗତବର୍ଷ ୯ ନଭେମ୍ବରରେ ଅବସର ଗ୍ରହଣ କରିଥିଲେ । ନିଜର ସାଢେ ୧୩ ମାସର କାର୍ଯ୍ୟକାଳ ସମୟରେ ରଞ୍ଜନ ଗୋଗେଇ ୪୭ଟି ମାମଲାର ରାୟ ଦେଇଛନ୍ତି । ଯେଉଁଥିରେ କିଛି ଐତିହାସିକ ରାୟ ମଧ୍ୟ ରହିଛି । ଅଯୋଧ୍ୟା ମାମଲା, ମୁଖ୍ୟ ବିଚାରପତିଙ୍କ ଅଫିସକୁ ଆରଟିଆଇ ଅଧିନକୁ ଆଣିବା, ରାଫେଲ ଚୁକ୍ତି, ସାବରିମାଳା ମନ୍ଦିର ମାମଲା ଓ ସରକାରୀ ବିଜ୍ଞାପନରେ ନେତାଙ୍କ ଫଟୋ ନରହିବା ଭଳି ମାମଲାର ରାୟ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ରଞ୍ଜନ ଗୋଗେଇ ।

loading...

Leave A Reply

Your email address will not be published.