Breaking

ଦେଶ ପାଳୁଛି ଜନତା କର୍ଫ୍ୟୁୁ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଜନତା କର୍ଫ୍ୟୁ ଭିତରେ ଆସିଲା ରାଜଧାନୀ ଭୁବନେଶ୍ୱରର ଏରିୟଲ ସଟ୍ ଅର୍ଥାତ ଆକାଶମାର୍ଗରୁ ରାଜଧାନୀର ଚିତ୍ର । ଚାରିଆଡେ ଛାଇ ଯାଇଛି ନିରବତା । ରାସ୍ତାଘାଟ ଶୂନଶାନ । ସହରରେ ଯେମିତି କେହି ନଥିବା ଭଳି ଲାଗୁଛି । କେବଳ ବଡ ବଡ କୋଠା ସାଙ୍ଗକୁ କିଛି ଗଛ ଓ ରାସ୍ତା ଦେଖାଯାଉଛି ।ଏଭଳି ଦୃଶ୍ୟ ବୋଧହୁଏ ଆପଣ ଆଗରୁ କେବେ ଦେଖିନଥିବେ । ଦିନ ପ୍ରାୟ ୧୧ଟାରେ ନିଆଯାଇଥିବା ଏହି ଚିତ୍ର ବୟାନ କରୁଛି କରୋନାକୁ ନେଇ ଲୋକେ ସତର୍କ ହୋଇଯାଇଛନ୍ତି । ଏବଂ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଜନତା କର୍ଫ୍ୟୁ ଆହ୍ୱାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତାଲାବନ୍ଦ ଆହ୍ୱାନକୁ ଲୋକେ ଗ୍ରହଣ କରିଛନ୍ତି । କାରଣ ଏହା ହିଁ ଏକମାତ୍ର ରାସ୍ତା ଯାହାଦ୍ୱାରା ଆପଣ କରୋନାକୁ ମୁକାବିଲା କରିପାରିବେ । କରୋନା ସବୁବେଳେ ବ୍ୟାପିବା ପାଇଁ ମଣିଷ ଶରୀର ଖୋଜୁଥାଏ । ଯଦି ଅଧିକ ସମୟ ଧରି ସେ ମଣିଷ ଶରୀର ପାଇବ ନାହିଁ ତେବେ ଆପେ ଆପେ ମରିଯିବ । କୁହାଯାଉଛି ଶୁଖିଲା ପଦାର୍ଥ ଉପରେ ୧୨ଘଂଟାରୁ ଅଧିକ ଏହି ଭୂୁତାଣୁ ବଂଚିପାରିବନାହିଁ ।

loading...

Leave A Reply

Your email address will not be published.