Breaking

ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ

ଦେଶର ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ରେ ହେବ ଭୋଟ୍, ଓଡିଶାରୁ ଖାଲି ହେବ ୪ ଆସନ

0

ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ

ଦେଶର ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ରେ ହେବ ଭୋଟ୍, ଓଡିଶାରୁ ଖାଲି ହେବ ୪ ଆସନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଦେଶର ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ ୨୬ ତାରିଖରେ ନିର୍ବାଚନ ହେବ । ଓଡିଶାରୁ ଖାଲି ହେବ ୪ଟି ଆସନ । ଏପ୍ରିଲ ମାସରେ ରଞ୍ଜିବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ , ନରେନ୍ଦ୍ର କୁମାର ସ୍ୱାଇଁ ଅବସର ନେବେ । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ମଧ୍ୟ ଖାଲି ପଡିଛି । ତେଣୁ ଓଡିଶାରେ ଏହି ୪ ଆସନ ପାଇଁ ନିର୍ବାଚନ ହେବ । ମାର୍ଚ୍ଚ ୬ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନର ଶେଷ ତାରିଖ ମାର୍ଚ୍ଚ ୧୩ ରହିଛି । ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ଓ ସେହିଦିନ ଫଳାଫଳ ପ୍ର୍ରକାଶ ପାଇବ ।ସୂଚନା ଥାଉକି, ଲୋକସଭା ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ଆସନ ଖାଲିପଡ଼ିଛି । ଏଣେ ବିଜେଡି ନେତା ନରେନ୍ଦ୍ର କୁମାର ସ୍ୱାଇଁ , ସରୋଜିନୀ ହେମ୍ରମ୍ ଏବଂ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଅବସର ନେଉଥିବାରୁ ଓଡ଼ିଶାର ୪ଟି ଆସନ ପାଇଁ ଏହି ନିର୍ବାଚନ ହେଉଛି।

loading...

Leave A Reply

Your email address will not be published.