Breaking

ହାଇଦ୍ରାବାଦ ହାଉସରେ ମୋଦି-ଟ୍ରମ୍ପଙ୍କ ଦ୍ୱିପାକ୍ଷିକ ଆଲୋଚନା

ବାଣିଜ୍ୟ, ସୁରକ୍ଷା ଓ ତୈଳ କାରବାର ଉପରେ ଫୋକସ, ୩ ବିଲିୟନ ଡଲାର ପ୍ରତିରକ୍ଷ ନେଇ ଚୁକ୍ତି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ହାଇଦ୍ରାବାଦ ହାଉସରେ ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଭାରତ-ଆମେରିକା ପକ୍ଷରୁ ମିଳିତ ବୟାନ ରଖାଯାଇଛି । ଟ୍ରମ୍ପ ସପରିବାରେ ସହ ଭାରତ ଆସିଥିବାରୁ ବହୁତ ଖୁସି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି । ଭାରତ- ଆମେରିକା ମଧ୍ୟରେ ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବାଣିଜ୍ୟ, ସୁରକ୍ଷା, ତୈଳ କାରବାର ସହଯୋଗ ନେଇ ବହୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟ ବଡ ବାଣିଜ୍ୟିକ୍ତ ଚୁକ୍ତି ହୋଇଛି । ୩ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ବାଜିଛି । ଅତ୍ୟାଧୁନିକ ରକ୍ଷା ଉପକରଣ ଓ ଆତଙ୍କବାଦ ଉପରେ ରୋକ ଲଗାଇବା ନେଇ ଆଲୋଚନା ହୋଇଛି । ଆତଙ୍କବାଦ ବିରୋଧରେ ଉଭୟ ଦେଶ ମିଳିତ ଭାବେ ଲଢେଇ କରିବେ । ସେହିପରି ନିଶାକାରବାର, ଅପରାଧ ରୋକିବଅନ୍ୟପଟେ ଟ୍ରମ୍ପ କହିଛନ୍ତି, ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତ ଗସ୍ତକୁ କେବେବି ଭୁଲି ପାରିବି ନାହିଁ । ଉଭୟ ଦେଶ ମଧ୍ୟରେ ସମାନ ପରମ୍ପରା ଓ ଗଣତନ୍ତ୍ର ରହିଛି । ଏହି ଗସ୍ତ ଭାରତ ଆମେରିକା ମଧ୍ୟରେ ସଂପର୍କକୁ ଆହୁରି ଅଧିକ ମଜଭୂତ କରିବ । ଭାରତ ଗସ୍ତର ଦ୍ୱିତୀୟ ଦିନରେ ବି ଆତଙ୍କବାଦ ପ୍ରସଙ୍ଗ ଟ୍ରମ୍ପ ଆଲୋଚନା ହୋଇଥିବା ମୋଦି କହିଛନ୍ତି ।

loading...

Leave A Reply

Your email address will not be published.