Breaking

ଜୁନ୍ ୧ରୁ ଗଡ଼ିବ ୨୦୦ ଟ୍ରେନ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଲକଡାଉନ୍ ନିୟମ କୋହଳ ହେବା ସହ ଦୌଡ଼ିବା ଆରମ୍ଭ କରିଛି ସମାଜ। ମେ ୧୨ରୁ ଦେଶରେ ଟ୍ରେନ୍ ସେବା ଆଂଶିକ ଭାବେ ଆରମ୍ଭ ହୋଇଛି । ଦିଲ୍ଲୀରୁ ଦେଶର ୧୫ଟି ସ୍ଥାନକୁ ଏସି ବା ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚଳାଚଳ କରୁଛି । ଏଥିସହ ରାଜ୍ୟମାନଙ୍କ ଅନୁରୋଧ କ୍ରମେ ଭାରତୀୟ ରେଳବାଇ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ମଧ୍ୟ ଚଳାଉଛି । ଏବେ ଦୈନିକ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚାଲିପାରିବ । ଏବଂ ଏହାକୁ ପରବର୍ତ୍ତୀ ସମୟରେ ଆସ୍ତେ ଆସ୍ତେ ବୃଦ୍ଧି କରାଯିବ । ଟ୍ୱିଟ୍ କରି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଏନେଇ ସୂଚନା ଦେଇଛନ୍ତି ।

loading...

Leave A Reply

Your email address will not be published.