Breaking

ସହଯୋଗର ହାତ ବଢାଇଛି ମାତୃଶକ୍ତି ଫାଉଣ୍ଡେସନ

ଲକ୍ଡାଉନ୍ ଆରମ୍ଭରୁ ଅସହାୟଙ୍କୁ ଯୋଗାଉଛନ୍ତି ଖାଦ୍ୟ ସାମଗ୍ରୀ ଓ ଜରୁରୀ ଉପକରଣ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କରୋନା ମହାମାରୀର କାୟାରେ ଯେତେବେଳେ ସାରା ବିଶ୍ବ,ଦେଶ ଓ ରାଜ୍ୟ ଭିତତ୍ରସ୍ତ ସେହି ସମୟରେ ଅସହାୟ ମାନବ ସମାଜ।ଅସହାୟତା ଭିତରେ ଭୋକ ଉପାଶରେ କଟୁଛି ଅନେକଙ୍କ ଜନଜୀବନ।ଏହିପରି ସ୍ଥିତିରେ ସହଯୋଗର ହାତ ବଢାଇଛି ମାତୃଶକ୍ତି ଫାଉଣ୍ଡେସନ।ଭୁବନେଶ୍ୱର ଭି.ଏସ୍.ଏସ୍ ନଗରର ବିଭିନ୍ନ ବସ୍ତି ଅଞ୍ଚଳ ରେ ମାତୃଶକ୍ତି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ମହାନ୍ତିଙ୍କ ନେତୃତ୍ବରେ ଶୁଖିଲା ଖାଦ୍ୟ ଓ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଲକ୍ଡାଉନ୍ ଆରମ୍ଭ ଦିନଠାରୁ ସ୍ଥାନିୟ ବସ୍ତି ତଥା ନିରାସ୍ରୟ ଲୋକଙ୍କୁ ଜରୁରୀସାମଗ୍ରୀ ସହ ଅନ୍ୟାନ୍ୟ ଆବଶକୀୟ ଉପକରଣ ମାନ ଯୋଗାଇ ଆସୁଛନ୍ତି।ଫାଉଣ୍ଡେସନ ଅଧ୍ୟକ୍ଷାଙ୍କ ମତାନୁସାରେ ସମସ୍ତ ସଦସ୍ୟ ମାନଙ୍କର ସଦ୍ଇଛ୍ଛା ଓ ଅଦମ୍ୟ ସହଯୋଗରେ ଏହି ସବୁ ସମ୍ଭବ ହୋଇପାରିଛି। ଏହି କର୍ଯ୍ୟକ୍ରମ ରେ ମାତୃଶକ୍ତି ଫାଉଣ୍ଡେସନ ର କର୍ମକର୍ତ୍ତା ସୁକାନ୍ତି ,ସୋନି,ଜୟନ୍ତୀ,ସବିତା, ପ୍ରଭାତୀ,ଗୋଲାପ, ରୋଜି, ଶକୁନ୍ତଳା, ଦିପୀନା, ସଞ୍ଜୟ, ଆଦିତ୍ୟ, ସୁଶାନ୍ତ, ସମରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏଇ ଭଳି ପ୍ରୟାସ ଜାରି ରହିବ ବୋଲି ମାତୃଶକ୍ତି ଫାଉଣ୍ଡେସନ ର ଅଧକ୍ଷ୍ୟା ଶ୍ରୀମତୀ ପ୍ରଭାସିନୀ ମହାନ୍ତି ମତବ୍ୟକ୍ତ କରିଥିଲେ ।

loading...

Leave A Reply

Your email address will not be published.