Breaking

ତାଣ୍ଡବ ରଚୁଛି ଅମ୍ପାନ

ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ।

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ତାଣ୍ଡବ ରଚିବାରେ ଲାଗିଛି ବାତ୍ୟା। ବାଥ୍ୟା ଅମ୍ଫାନ୍ ରାତି ସାଢ଼େ ଆଠଟାରୁ ୧୦ ଭିତରେ ଲ୍ୟାଣ୍ଡଫଲ କରିବାର ଥିଲା । କିନ୍ତୁ ଏବେ ପାଣିପାଗର ତାଜା ସୂଚନା ଅନୁସାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ୍ । ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ପବନ ବହିବ ।ବାତ୍ୟା ଘଣ୍ଟା ପ୍ରତି ୨୯ କିମି ବେଗରେ ଗତି କରୁଛି ବାତ୍ୟା । ପାରାଦ୍ୱୀପ ଠାରୁ ବର୍ତ୍ତମାନ ୧୪୦ କିମି ଦୂରରେ ରହିଛି ଅମ୍ପାନ୍ । ପାରାଦ୍ୱୀପ ଠାରୁ ୧୪୦ କିମି ଦୂରରେ ବାତ୍ୟା ର ଅବସ୍ଥିତି ରହିଛି । ସେପଟେ ଦୀଘା ଠାରୁ ୧୨୫ କିମି ଦୁରରେ ରହିଛି ବାତ୍ୟା । ବାଙ୍ଗଲାଦେଶରୁ ୨୭୫ କିମି ଦୂରରେ ।ପାରାଦ୍ୱୀପରେ ସର୍ବାଧିକ ବର୍ଷା ରେକର୍ଡ଼ ହୋଇଛି । ଅମ୍ଫାନ ପ୍ରଭାବରେ ପାରାଦ୍ୱୀପରେ ସର୍ବାଧିକ ୨୫୦.୫ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ଚାନ୍ଦବାଲିରେ ୮୭.୮ ମିମି, ଭୁବନେଶ୍ୱରରେ ୭୧.୯, ବାଲେଶ୍ୱରରେ ୭୬.୪, ପୁରୀରେ ୧୧୧, ମିମି ବର୍ଷା ରେକର୍ଡ଼ ହୋଇଛି ।

loading...

Leave A Reply

Your email address will not be published.