Breaking

ମୋଦିଗଡରେ ମୋଦିଙ୍କୁ ଟାର୍ଗେଟ

0

ଗୁଜୁରାଟ:ଗୁଜୁରାଟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା। ବିଶାଳ ଜନସଭାକୁ କଲେ ସଂମ୍ଭୋଧନ । ସାଧାରଣ ନିର୍ବାଚନ ପାଇଁ ସମରସଜ୍ୟା କରୁଛନ୍ତି ସବୁ ରାଜନୈତିକ ଦଳ । ଏହି ସମୟରେ ଗୁଜରାଟରେ ଏକ ବିଶାଳ ଜନ -ସମାବେଶକୁ ସମ୍ଭୋଧିତ କରି ପଦ୍ମ ଶିବିରକୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ।କଂଗ୍ରେସ ମହାସଚିବ ହେବା ପରେ ପ୍ରିୟଙ୍କାଙ୍କ ଏହା ପ୍ରଥମ ସମାବେଶ । ପାଖାପାଖି ସାଢ଼େ ୭ ମିନିଟର ଭାଷଣରେ ପ୍ରିୟଙ୍କା ମୋଦି ସରକାରଙ୍କୁ କଡ଼ା କଟାକ୍ଷ କରି ପ୍ରବଳ ବର୍ଷିଛନ୍ତି। ବେକାରି ସମସ୍ୟାର ସମାଧାନ କରିବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ୨୦୧୪ରେ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଦେଶର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ବିମୁଦ୍ରାୟନ ହେଉ ବା ଖାତାକୁ ୧୫ଲକ୍ଷ ଟଙ୍କା ହଉ ବିଭିନ୍ନ ପ୍ରସଙ୍ଗକୁ ନେଇ ଟାର୍ଗେଟ କରିବା ସହ ଦେଶ ସାଂପ୍ରତିକ ସ୍ଥିତିରେ ଜଟିଳ ସମୟରେ ଗତି କରୁଛି କହି ବିଷୋଦ୍ଗାର କରିଛନ୍ତି। ଏହା ସହ ଏ ପରିସ୍ଥିତିରେ ସବୁ ଦିଗକୁ ବିଚାରକୁ ନେଇ ନିଜର ବହୁମୂଲ୍ୟ ଭୋଟ ଦେବାକୁ ଭୋଟରମାନଙ୍କୁ କହିଛନ୍ତି ପ୍ରିୟଙ୍କା । କାରଣ, ଭୋଟରମାନେ କେବଳ ଦଳ କିମ୍ବା ନେତାମାନଙ୍କୁ ନିର୍ବାଚିତ କରିବେ ନାହିଁ ବରଂ ନିଜର ବହୁମୂଲ୍ୟ ଭୋଟ ଜରିଆରେ ସେମାନଙ୍କର ଆଗାମୀ ଭବିଷ୍ୟତକୁ ମଧ୍ୟ ନିର୍ଦ୍ଧାରଣ କରିବେ ବୋଲି ସତର୍କ କରାଇ ଦେଇଛନ୍ତି ପ୍ରିୟଙ୍କା ।

loading...

Leave A Reply

Your email address will not be published.