Breaking

ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆରେ ପ୍ରଦର୍ଶିତ ହେବ ‘ପ୍ରତୀକ୍ଷା’

0

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ପ୍ରେମୀଙ୍କ ବହୁତ ବଡ଼ ଖୁସି ଖବର l ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ୫୩ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ-୨୦୨୨ରେ ପ୍ରଦର୍ଶନ ଲାଗି ମନୋନୀତ ହୋଇଛି l ଏହି ଫେଷ୍ଟିଭାଲ ଆସନ୍ତା ନଭେମ୍ବର ମାସ 20ରୁ 28 ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ l ଚଳିତ ଥର ଭାରତୀୟ ପାନୋରାମାରେ ମୋଟ ୨୫ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଚୟନିତ ହୋଇଛି l ଏହି ୨୫ଟି ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ରଭାବେ ‘ପ୍ରତୀକ୍ଷା’ ମନୋନୀତ ହୋଇଛି l ଓଡ଼ିଶାର ଅଗ୍ରଣୀ ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର l ଏହା ଆସନ୍ତା ଡିସେମ୍ବର ୨ ଦିନ ସମଗ୍ର ଓଡିଶାରେ ମୁକ୍ତିଲାଭ କରିବାର ଯୋଜନା ରହିଛି ବୋଲି ଗତକାଲି ଏହାର ଅଡିଓ ଏବଂ ଟ୍ରେଲର ରିଲିଜ ଅବସରରେ ଘୋଷଣା ହୋଇଛି l

ଆଜି କିନ୍ତୁ ଏହି ଖବର ପୂରା ଟିମକୁ ଆଉ ଟିକେ ଉତ୍ସାହିତ କରିଛି l ‘ପ୍ରତୀକ୍ଷା’ ହେଉଛି ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ୍ତ ପରିବାରର ସ୍ବପ୍ନ, ନିରାଶ ଏବଂ ଆକାଂକ୍ଷା ଆଧାରିତ କାହାଣୀ l ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଶାରଳା ପୁରସ୍କାର ବିଜେତା ଲେଖକ ଗୌରହରି ଦାସଙ୍କ ଦ୍ବାରା ଲିଖତ ଏକ କ୍ଷୁଦ୍ର ଗଳ୍ପରୁ ଅନୁପ୍ରାଣିତ ହୋଇଛି l ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁପମ ଏବଂ ତାଙ୍କ ସହଯୋଗୀମାନେ ବହୁ ପରିଶ୍ରମ କରିଛନ୍ତି l କାହାଣୀକୁ ଚଳଚ୍ଚିତ୍ର ରୂପ ଦେବାକୁ ତିନି ବର୍ଷ ସମୟ ନେଇଛନ୍ତି l ଏହି ଚଳଚ୍ଚିତ୍ରଟି ଭୁବନେଶ୍ବରରେ ସୁଟିଂ କରାଯାଇଛି l କାହାଣୀଟି ଭୁବନେଶ୍ବର ଆଧାରିତ ହୋଇଥିବାରୁ ପ୍ରାମାଣିକ ଲୁକ୍ ଏବଂ ଅନୁଭବ ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଛି l ପ୍ରମୁଖ ଭୂମିକାରେ ଅଛନ୍ତି ଦୀପାନ୍ବିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ,ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ, ସୁଶୀଲ ମିଶ୍ର, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ ଏବଂ ସ୍ବତନ୍ତ୍ର ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର l ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରୋଷନ ବିଷୋୟୀ,କ୍ୟାମେରା ପରିଚାଳନା କରିଛନ୍ତି ଦୀପକ କୁମାର, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ l କଣ୍ଠଦାନ କରିଛନ୍ତି ଆଶିଷ ପ୍ରଧାନ,ବିକାଶ ରଥ,ହ୍ୟୁମାନ ସାଗର,ଏବଂ ବିଶ୍ବଜିତ୍ ମହାପାତ୍ର l ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଂଜନ ସାହୁ ଗୀତ ରଚନା କରିଛନ୍ତି l ବର୍ଷା ପଟ୍ଟନାୟକ ଅଭିନୟ ସହ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି l

loading...

Leave A Reply

Your email address will not be published.