Breaking

ଏଇ ରବିବାର ସନ୍ଧ୍ୟାରେ ଜୀସାର୍ଥକ ସଂସାର ଆୱାର୍ଡ୍ସ

0

ଭୁବନେଶ୍ବର: ଗୁଣୀ ଓ ସୃଜନଶୀଳ କଳାକାରଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା 6.30 ମିନିଟ୍ରେ ପ୍ରସାରିତ ହେବ ଜୀସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ସଂସ୍କରଣ l ଉତ୍ସବମୁଖର ହେବ ମଞ୍ଚ ଆଉ ମନ୍ତ୍ରମୁଗ୍ଧ ହେବେ ଓଡ଼ିଆ ଦର୍ଶକ l ଓଡ଼ିଶାର ଅଗଣିତ ପ୍ରିୟ ଦର୍ଶକବନ୍ଧୁ ଗୋଟିଏ ମଞ୍ଚରେ ଦେଖିବାକୁ ପାଇବେ ସେମାନଙ୍କର ଅତି ପ୍ରିୟ ଟିଭି ଓ ସିନେ କଳାକାରଙ୍କ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ l ଏକଦମ୍ ତାରକାଖଚିତ ସଂଧ୍ୟା, ଯେଉଁଠି ଷ୍ଟେଜ୍ ସୋରେ ପରଫର୍ମ କରିବେ ସବ୍ୟସାଚୀ, ସୂର୍ୟମୟୀ, ଏଲିନା, ସାୟଲ୍, ଶୀତଲ୍, ଦେବସ୍ମିତା, ଜ୍ୟୋତି, ନିକିତା ମିଶ୍ର, ଶୈଳେନ୍ଦ୍ର, ଦୀପକ, ଅନନ୍ୟା ଦାସ, ଜସ୍ମିନ୍ ରଥ, ଦିବ୍ୟା ଓ ଆହୁରି ଅନେକ କଳାକାର l ଖାଲି ସେତିକି ନୁହେଁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବର ଏହି ଧମାକେଦାର୍ ପ୍ରୋଗ୍ରାମରେ ଯୋଗ ଦେବେ ଓଡ଼ିଆ ସିନେମା ଓ ଟିଭି ଜଗତର ଅନେକ ନାମୀଦାମୀ ବରିଷ୍ଠ କଳାକର ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ l ଏହାର ପ୍ରସାରଣ ଜୀସାର୍ଥକରେ ହେବ l

loading...

Leave A Reply

Your email address will not be published.