Breaking

ହଇଚଇ କରିବ ନୂଆ ୱେବ୍‌ସିରିଜ୍‌ “SIX”

0

ଭୁବନେଶ୍ବର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ନେଇ ଆସୁଛି ନୂଆ ୱେବ୍ ସିରିଜ୍‌ “SIX” l ଏହାର ଟ୍ରେଲର ରିଲିଜ୍‌ ପରେ ସବୁ ଦର୍ଶକଙ୍କ ମୁଁହରେ ଗୋଟିଏ କଥା ଏ ସିରିଜ୍‌ ଯେବେ ରିଲିଜ୍‌ ହବ ଓଡିଶା ଚଳଚିତ୍ର ଜଗତରେ ଆଉ ଏକ ପରିବର୍ତ୍ତିନର ଧାରା ସୃଷ୍ଟି ହବ l ଏହାକୁ ନେଇ ଓଟିଟି ପକ୍ଷରୁ କୁହାଯାଇଛି ଯେ, ଏହି ୱେବ୍‌ସିରିଜ୍‌ରେ ଆପଣମାନେ ଦେଖିପାରିବେ ଗୋଟେ ପରିବାରରୁ ସମସ୍ତ ୬ ସଦସ୍ୟଙ୍କର ଗୋଟିଏ ଦିନରେ ମୃତ୍ୟୁ l ପରେ ସବୁଆଡେ ଚର୍ଚା, ଏହା ଆତ୍ମ୍ୟହତ୍ୟା ନା ଗଣହତ୍ୟା? ଏହି ମୃତ୍ୟୁକୁ ନେଇ ସରକାର ଥରହର l ପୋଲିସ୍ ର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ତଦନ୍ତ ଭାରପ୍ରାପ୍ତ ଅଧିକାରୀ ଚକ୍ରବ୍ୟୁହରେ l ତେବେ ତଦନ୍ତ କରୁଥିବା ପୋଲିସ କଣ କରିବ? ଏ ମୃତ୍ୟୁକାଣ୍ଡ ଉପରୁ ପରଦା ଉଠେଇବ ନା ଅନେକ ବଡ ବଡ ଲୋକମାନଙ୍କୁ ବଞ୍ଚେଇବା ପାଇଁ ଘଟଣା ଉପରେ ପରଦା ଘୋଡେଇ ଦବ? ଏହିଭଳି ଏକ କାହାଣୀ ଷ୍ଟ୍ରିମିଙ୍ଗ ହେବାକୁ ଯାଉଛି ୬ ନଭେମ୍ବରରେ l ଏହି ୱେବସିରିଜ୍‌ର ନିର୍ଦ୍ଦେଶକ ଧୃବାନନ୍ଦ ପଣ୍ଡା କୁହନ୍ତି : ଏ ସତ୍ୟ କାହାଣୀ କୁ ଆମେ ଆମ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ କଠିନ ପରିଶ୍ରମ କରିବାକୁ ପଡିଛି l ଆମର ଆଶା ଓ ବିଶ୍ୱାସ ଏହା ଦର୍ଶକମାନଙ୍କୁ ବହୁତ ଭଲ ଲାଗିବ l ଏହାର କାହାଣୀ ଓ ଚିତ୍ରନାଟ୍ୟ ଅଭିଜିତ୍‌ ସିଦ୍ଧେ ଲେଖିଥିବାବେଳେ ସଂଳାପ ଲେଖିଛନ୍ତି ଦିଲ୍ଲୀପ ବଳବନ୍ତରାୟ l ବିଭିନ୍ନ ଭୂମିକାରେ ବିରଞ୍ଚି ନାୟକ, ରାଗିଣୀ,ବାଦଲ ମହାନ୍ତି, ଲତାଶା, ବିଦୁସ୍ମିତା, ଉଦିତ୍‌ ଗୁରୁ, କୈଳାସ୍ ପାଣିଗ୍ରାହୀ, ବରଦା, ଅଙ୍କିତ୍, ସାଇ, ସୂର୍ଯ୍ୟକାନ୍ତ, ରଶ୍ମିତା, ଦୂର୍ଯ୍ୟଧାନ, ଜୟପ୍ରକାଶ ଦାସ ଓ ଆହୁରି ଅନେକ୍ କଳାକାର ଅଭିନୟ କରିଛନ୍ତି l ପ୍ରଯୋଜନା କରିଛନ୍ତି ବିରଞ୍ଚି ନାରାୟଣ ନାୟକ l

loading...

Leave A Reply

Your email address will not be published.