Breaking

ଦୁଲୁକୁଛି ସମ୍ବଲପୁର, ପ୍ରଣବଙ୍କ ମାରାଥନ କ୍ୟାମ୍ପେନ

0

ସମ୍ବଲପୁର : ସମ୍ବଲପୁର ବିଜେଡି ଏମପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପହଞ୍ଚି ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ଗସ୍ତ ବେଳେ କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ଆଜି ପ୍ରଥମ ଦିନରେ ପ୍ରଣବ ବିଭିନ୍ନ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଦେବାଦେବୀ ମନ୍ଦିର ଯାଇ ପୂଜାର୍ଚନା କରିଥିଲେ। ଏହି ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ପ୍ରଣବ ଦଳୀୟ ନେତା ଓ କର୍ମୀଙ୍କୁ ଭେଟିଛନ୍ତି । ପ୍ରଣବଙ୍କୁ ପାଖରେ ପାଇ ଅନୁଗୁଳ ଜିଲ୍ଲାର ବିଜେଡି କର୍ମୀମାନେ ହୋଇଛନ୍ତି ଉତ୍ସାହିତ ।

ବୁଧବାର ସକାଳେ ପ୍ରଣବ ଆଠମଲ୍ଲିକଠାରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ବିନିକେଇ ମନ୍ଦିର ଯାଇ ମଧ୍ୟ ପୂଜା କରିଥିଲେ ପ୍ରଣବ । କିଛି ସମୟ ଆଠମଲ୍ଲିକର ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଏବଂ ଅନ୍ୟ ନେତା-କର୍ମୀଙ୍କ ସହ ଆଲୋଚନା କରିଥିଲେ । ଆଠମଲ୍ଲିକରୁ ଛେଣ୍ଡିପଦା ଯାଇଥିଲେ ପ୍ରଣବ । ଅପରାହ୍ମ ପ୍ରାୟ ୪ଟା ବେଳେ ଛେଣ୍ଡିପଦା ପାତ୍ରପଡ଼ାସ୍ଥିତ ବାଟ ବାୟାଣୀ ଠାକୁରାଣୀ ପୀଠରେ ପହଞ୍ଚିଥିଲେ। ପୀଠକୁ ଯିବା ବାଟରେ ପ୍ରଣବଙ୍କୁ ଜରପଡ଼ା, ବାଲିପଟା ଓ ଛେଣ୍ଡିପଦାରେ ହଜାର ହଜାର ସଂଖ୍ୟାରେ କର୍ମୀ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ପାତ୍ରପଡ଼ାଠାରେ ୫ ହଜାରରୁ ଅଧିକ କର୍ମୀ ହୋଇଥିଲେ ଏକଜୁଟ୍ । ମାଆ ବାୟାଣୀଙ୍କ ପାଖରେ ପୂଜାର୍ଚନା କରିବା ପରେ କିଛି ସମୟ ଧରି ସ୍ଥାନୀୟ ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ଓ ଅନ୍ୟ ନେତାଙ୍କ ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରି ଫେରି ଯାଇଥିଲେ। ପ୍ରଣବଙ୍କ ଅନୁଗୁଳ ଗସ୍ତ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଆଣି ଦେଇଛି। ଆଗକୁ ପ୍ରଣବ ତାଙ୍କ ପ୍ରଚାରକୁ ଆହୁରି ଜୋରଦାର କରିବେ ବୋଲି କହିଛନ୍ତି ।

loading...

Leave A Reply

Your email address will not be published.