Breaking

ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

0

ଭୁବନେଶ୍ୱର:ବିଜେପି ବିରୋଧରେ ପୁଣିଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଇଛି ବିଜେଡି ପ୍ରତିନିଧି ଦଳ । ବିଜେଡିର ଅଭିଯୋଗ ହେଉଛି , ମହିଳାଙ୍କ ଚରିତ୍ର ଉପରେ ବିଜେପି ନେତା ଆକ୍ଷେପ କରୁଛନ୍ତି । ତୃଣମୂଳସ୍ତରରେ କାମ କରି ନିଜ ଆତ୍ମସ୍ୱାଭିମାନ୍ ତିଆରି କରୁଥିବା ମହିଳାମାନଙ୍କ ଉପରେ ବିଜେପି ନେତା ଆକ୍ଷେପ କରିବା ସହିତ ତାଙ୍କୁ ଧମକାଉଛନ୍ତି । ଖାଲି ସେତିକି ନୁହେଁ ବିଜେପି ନେତା ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ରାଜ୍ଯର ସବୁ ଜିଲ୍ଲାରେ ବିଜେପି ଗୁଣ୍ଡାଗିରି କରି ନାଲିଆଖି ଦେଖାଇ ନିଜ କାମ କରିବାକୁ ବାଧ୍ଯ କରୁଛି। ତେଣୁ ଆଗାମୀ ଦିନରେ ତୃଣମୂଳସ୍ତରର ଏହି ମହିଳା ବିଜେପିକୁ ଉଚିତ ଶିକ୍ଷାଦେବେ। ସେମାନଙ୍କୁ ଓଡ଼ିଶାରୁ ସଂପୂର୍ଣ୍ଣ ବିତାଡ଼ିତ କରିବେ ବୋଲି ଆହ୍ବାନ ଦେଇଛି ବିଜେଡି ଟିମ। ମହିଳାଙ୍କ ପ୍ରତି ଆକ୍ଷେପକୁ ବିଜେଡି ସହ୍ଯ କରିବନି ବୋଲି ଚେତାବନୀ ଦେଇଛି। ତେଣୁ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତିଶ୍ରୁତି ଦେଇଥିବା ମୁଖ୍ଯ ନିର୍ବାଚନ ଅଧିକାରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ଆଶା କରିଛି।

loading...

Leave A Reply

Your email address will not be published.