Breaking

ବିଗ ବସରେ ଦେଖାଦେବେ ପ୍ରକୃତି !

0

ଭୁବନେଶ୍ବର: ନିକଟରେ ଏକ ବିବାଦରେ ଛନ୍ଦି ହୋଇ ଚର୍ଚ୍ଚାରେ ରହିଥିବା ଓଡ଼ିଆ ଫିଲ୍ମ ନାୟିକା ପ୍ରକୃତି ମିଶ୍ରଙ୍କୁ ଦେଖିବାକୁ ମିଳିବ ଅକ୍ଟୋବର 1ରୁ ଆରମ୍ଭ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ ବିଗ ବସର ଆସନ୍ତା ସିଜନ 16ରେ l ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ପ୍ରକୃତି ଏବେ ମୁମ୍ବାଇରେ ନାନା ପାଟକରଙ୍କ ସହ ଏକ ହିନ୍ଦୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି l ଏହା ପୂର୍ବରୁ ଜାତୀୟସ୍ତରରେ ବିଭିନ୍ନ ରିଆଲିଟି ଶୋ ଏବଂ ହିନ୍ଦୀ ଧାରାବାହିକରେ ନିଜ ଦକ୍ଷତା ଦେଖାଇ ସଫଳ ହୋଇଛନ୍ତି l ଏପରିକି ଓଡ଼ିଆ ଚଳଚ୍ଚିତ୍ର ହାଲୋ ଆରସି ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି l ତେଣୁ ଯଦି ସେ ବିଗ ବସରେ ଏଣ୍ଟ୍ରି କରନ୍ତି ନିଶ୍ଚିତ ଭାବେ ଏହା ତାଙ୍କ କ୍ୟାରିଅରର ଟର୍ଣ୍ଣିଙ୍ଗ ପଏଣ୍ଟ ହେବ l ତେବେ ଓଡ଼ିଆ ଚଳଚ୍ଚିତ୍ରରୁ ଶିଶୁ କଳାକାର ଭାବେ ଜୀବନ ଆରମ୍ଭ କରି ଆଜି ସେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇପାରିଛନ୍ତି l ଏହା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ l

loading...

Leave A Reply

Your email address will not be published.