Breaking

ଜେରିଆଟ୍ରିକ୍ ସେଣ୍ଟରରେ ଆକାଶ ପାଳିଲେ ଜନ୍ମଦିନ

0

ଭୁବନେଶ୍ବର: ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ନିଜ ଜନ୍ମଦିନରେ କିଛି ଖୁସି ବାଣ୍ଟିବାକୁ ବରମୁଣ୍ଡା ସୌଭାଗ୍ଯନଗର(୨) ସ୍ଥିତ ଜେରିଆଟ୍ରିକ୍ ସେଣ୍ଟରରେ ଅନ୍ତେବାସୀଙ୍କ ସହିତ ଜନ୍ମଦିନ ପାଳିଛନ୍ତି ଅଭିନେତା, ମୋ କଲେଜ ଅଧକ୍ଷ ଆକାଶ ଦାସନାୟକ l ଉଡ୍ର ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏହି ସେଣ୍ଟରର ଅନ୍ତେବାସୀଙ୍କ ପାଇଁ ଏକ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଥିଲା l ଭୂମିକା ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ବାରା ଅନ୍ତେବାସୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ଯକୀୟ ଉପକରଣ ଏବଂ ଔଷଧ ଦିଆଯାଇଥିଲା l

ପରେ ଆକାଶ ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିବା ସହ କେକ କାଟିଥିଲେ l ପରେ ମଧ୍ୟାହ୍ନ ଭୋଜନ କରିଥିଲେ l ଅନ୍ତେବାସୀମାନେ ଆକାଶଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଦୀର୍ଘ ଜୀବନ କାମନା କରି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଥିଲେ l ଏସବୁ ମାଧ୍ୟମରେ ଆଜିର ଦିନଟିକୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିଥିବାରୁ ଉଡ୍ର ଚାରିଟେବଲ ଟ୍ରଷ୍ଟର ସମସ୍ତ ସଦସ୍ଯମାନଙ୍କ ପ୍ରତି ଆନ୍ତରିକ ଧନ୍ଯବାଦ ଅର୍ପଣ କରିଥିଲେ ଆକାଶ l ପ୍ରକୃତରେ ବାଣ୍ଟିବାରେ ଯେଉଁ ଆନନ୍ଦ, ପାଇବାରେ ନାହିଁ l ଆପଣମାନେ ବି ଥରେ ଚେଷ୍ଟା କରନ୍ତୁ l ଖୁସି ବାଣ୍ଟନ୍ତୁ l ଦେଖିବେ, ତାହା ବହୁଗୁଣିତ ହୋଇଯିବ ବୋଲି ଆକାଶ କହିଥିଲେ l

loading...

Leave A Reply

Your email address will not be published.