Breaking

‘ରୁଦ୍ରାଣୀ’ର ମ୍ୟୁଜିକ୍ ରିଲିଜ

0

ଭୁବନେଶ୍ବର: ଝିଲିକ୍ ମୋସନ୍ ପିକଚର୍ସ ନିବେଦିତ ନାରୀ କୈନ୍ଦ୍ରିକ ନୂଆ ଓଡ଼ିଆ ଫିଲ୍ମ ‘ରୁଦ୍ରାଣୀ’ର ମ୍ୟୁଜିକ ଆଜି ରିଲଜ ହୋଇଛି l ଶୀର୍ଷକ ଗୀତର ନିର୍ଦ୍ଦେଶନା ସଞ୍ଜୟ – ସିତୁ ଦେଇଥିବାବେଳେ ଅନ୍ୟସବୁ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ l ଶୀର୍ଷକ ଗୀତ ବ୍ୟତୀତ ଏଥିରେ ରହିଛି ‘ମୁଁ ମଞ୍ଜୁ ଆଟୋବାଲା’ l ଏହାକୁ ଗାଇଛନ୍ତି କରିଛନ୍ତି ସତ୍ୟଜିତ ପ୍ରଧାନ l ସେହିପରି ‘ଫିଲ୍ ମାଇଁ ଦିଲ୍’ କୁ ହ୍ୟୁମାନ ସାଗର ଓ ଅନନ୍ୟା ଶ୍ରୀତମ ନନ୍ଦ ଏବଂ ‘ହୀରା ନୀଳା ମୋତି ମାଣିକ’ କୁ ଦିପ୍ତୀରେଖା ପାଢ଼ୀ ଓ ଶଶାଙ୍କ ଶେଖର ଗାଇଛନ୍ତି l ମ୍ୟୁଜିକ ବିତରଣ ଦାୟିତ୍ବ ନେଇଛନ୍ତି ଆମର ମ୍ୟୁଜିକ l ଫିଲ୍ମରେ ମୁଖ୍ୟ ଭୂମିକାରେ ନିଜେ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଅଭିନୟ କରିଛନ୍ତି l ବାକି ସବୁ ଜଣାଶୁଣା ଷ୍ଟାର ବିଭିନ୍ନ ଚରିତ୍ରରେ ରହିଛନ୍ତି l କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ. ମୂରଲୀକ୍ରିଷ୍ଣା l ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ ଦାଶ ଓ ଚିତ୍ରୋତ୍ତୋଳନ କରିଛନ୍ତି ଈଶ୍ୱର ବାରିକ l

loading...

Leave A Reply

Your email address will not be published.