Breaking

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ଆହତ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଲ୍ଲିକ ଆହତ ହୋଇଛି। ତା’ ଡାହାଣ ଆଣ୍ଠୁରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କେନ୍ଦ୍ରାପଡା ଜିଲ୍ଲାର ଡେରାବୀଶ ଥାନା ପୋଲିସ ସନ୍ତୋଷ ନିକଟରେ ପହଞ୍ଚି ଏନକାଉଣ୍ଟର କରିଥିଲା ।ପୋଲିସର ଗୁଳି ସନ୍ତୋଷର ଡାହାଣ ଗୋଡରେ ବାଜିଛି । ତାକୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତା’ଣ ଅବସ୍ଥା ଅସ୍ଥିର ଥିବାରୁ ତାକୁ କଟକ ବଡଡାକ୍ତରଖାନା ପଠାଯାଇପାରେ ବୋଲି ଜଣାପଡ଼ିଛି ।

loading...

Leave A Reply

Your email address will not be published.