Breaking

ଅଧାରେ ରହିଗଲା ଜଗାଦର୍ଶନ : ଦୁର୍ଘଟଣାରେ ୨ ତୀର୍ଥଯାତ୍ରୀ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

0

ଭଦ୍ରକ: ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ। ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପାଠାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି।
ସୂଚନାନୁସାରେ, ଉତରପ୍ରଦେଶରୁ ୬୦ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ ଭଦ୍ରକ ଚରମ୍ପା ନିକଟରେ ଦୁର୍ଘଟଣାର ଶିକାର ହୋଇଛି । ଏକ ବାଉଁଶ ବୋଝେଇ ଟ୍ରକ ପଛରେ ବସଟି ଭାରସାମ୍ୟ ହରାଇ ପିଟି ହୋଇଥିଲା । ଏହା ସହ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭଦ୍ରକ ଉପଜିଲ୍ଲାପାଳ ସୁଚାରୁ ବଳ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉତ୍ତରପ୍ରଦେଶ ଫେରାଇ ନେବା ପାଇଁ ବ୍ୟବସ୍ଥା କରାଯାଉଛି ।

loading...

Leave A Reply

Your email address will not be published.