Breaking

କ୍ଷୀର ବିକିବେ ବାବା ରାମଦେବ : କମ୍ ଦରରେ ଶୁଦ୍ଧ ସାମଗ୍ରୀ ଦେବ ପତଞ୍ଜଳି

0

ନୂଆଦିଲ୍ଲୀ : ପ୍ରଥମେ ଆର୍ୟୁବେଦୀୟ ସାମଗ୍ରୀ, ତା’ପରେ ଖାଦ୍ୟ ଓ ତେଜରାତି ଏବଂ ଏବେ ଦୁଗ୍ଧଜାତୀୟ ସାମଗ୍ରୀ କାରବାରରେ ପ୍ରବେଶ କରିଛି ପତଞ୍ଜଳି ଗ୍ରୁପ । ବଜାରରେ ଏବେ ପତଞ୍ଜଳିର ଦୁଧ, ଦହି, ପନିର ଓ ଘୋଳଦହି ଉପଲ୍ବଧ ହେବ ବୋଲି ଜଣାପଡ଼ିଛି ।ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ମହାରାଷ୍ଟ୍ରରେ ମିଳିବ ଏହି ଦ୍ରବ୍ୟ । ଏହା ପରେ ଧୀରେ ଧୀରେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଉପଲବ୍ଧ ହେବ ।ଏହି ସବୁ ସାମଗ୍ରୀର ଲଂଚ ପାଇଁ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରାରମ୍ଭିକ ସ୍ତରରେ ୪ ଲକ୍ଷ ଲିଟର କ୍ଷୀର ବଜାରରେ ବିକ୍ରି କରାଯିବ । ଧୀରେ ଧୀରେ ଏହି କ୍ଷମତାକୁ ବଢାଯିବ ।

ଆସନ୍ତା ଦୀପାବଳିରେ ପତଞ୍ଜଳି ପୋଷାକ ବି ବଜାରକୁ ଆସିବ ବୋଲି ଘୋଷଣା କରିଛନ୍ତି ବାବା ରାମଦେବ । ଏଥି ମଧ୍ୟରେ ରହିଛି ଜିନ୍ସ, ସାର୍ଟ, ପ୍ୟାଣ୍ଟ, ଶାଢି, ଜୋତା, ଚପଲ । ଏହାପୂର୍ବରୁ ପତଞ୍ଜଳିର ବିଭିନ୍ନ ସାମଗ୍ରୀ ବଜାରରେ ବେଶ ଆଦୃତ ହୋଇଛି ।

loading...

Leave A Reply

Your email address will not be published.