Breaking

ବାଘର ଲାଂଜ ହେବା ଅପେକ୍ଷା ବିରାଡ଼ିର ମୁଣ୍ଡ ହେବା ଭଲ । ଏଭଳି କାହିଁକି କୁହନ୍ତି ଛନ୍ଦିତା?

0

ଭୁବନେଶ୍ୱର : ଟିଭିର ବେଶ ଜଣାଶୁଣା ଚେହେରା ହେଉଛନ୍ତି ଅଭିନେତ୍ରୀ ଛନ୍ଦିତା । ନିଜର ନିଖୁଣ ଅଭିନୟ ମାଧ୍ୟମରେ ସେ ଓଡ଼ିଶାର ପ୍ରତି ଘରେ ଘରେ ପରିଚିତ । ବିଶେଷ କରି ନିଜର ନେଗେଟିଭ ରୋଲ ପାଇଁ ସେ ଖୁବ ପ୍ରସିଦ୍ଧତା ଅର୍ଜନ କରିଛନ୍ତି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କର ସେ ସାଜିଛନ୍ତି ପ୍ରିୟ ଖଳନାୟିକା । ପ୍ରଥମେ ଛନ୍ଦିତା ଉପସ୍ଥାପିକାରୁ ଓଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଦାସୀ ମେଗା ଧାରାବାହିକରୁ ନିଜର ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ ।

ଛନ୍ଦିତା ବୋହୁ,କିଏ ସାତ କିଏ ସତର,ଦୂର୍ଗା ଓ ତୋ ଅଗଣାର ତୁଳସୀ ମୁଁ ଭଳି ମେଗା ଧାରାବାହିକରେ ଖୁବ ହୃଦୟଛୁଆଁ ଅଭିନୟ କରିଥିବା ନଜର ଆସିଛନ୍ତି । କିନ୍ତୁ ସେ କାହିଁକି ଏପର୍ଯ୍ୟନ୍ତ ବଡ଼ ପରଦାରେ ଅଭିନୟ କରିନାହାଁନ୍ତି ଜାଣିଛନ୍ତି କି । ତାଙ୍କ କହିବା ଅନୁସାରେ ଫିଲ୍ମରେ ଅଭିନୟ କରିବାର ଇଛା ତାଙ୍କର ରହିଛି । କିନ୍ତ ମନ ପସନ୍ଦର ଚରିତ୍ର ମିଳିନାହିଁ । ତାଙ୍କ କହିବା ଅନୁସାରେ ବାଘର ଲାଂଜ ହେବା ଅପେକ୍ଷା ବିରାଡ଼ିର ମୁଣ୍ଡ ହେବା ଖୁବ ଭଲ ।

loading...

Leave A Reply

Your email address will not be published.