Breaking

ପପୁଙ୍କ ‘ଘରବାହୁଡ଼ା’

0

ଭୁବନେଶ୍ବର :ଇଂରାଜୀରେ ଗୋଟେ କଥା ଅଛି- ‘ଗଡ୍ ସିଜ୍ ଦ ଟୁଥ୍ ବଟ ୱେଟ୍’ l ଭଗବାନ ସବୁକଥାକୁ ଦେଖୁଥାନ୍ତି କିନ୍ତୁ ତାଙ୍କ ନିର୍ଣ୍ଣୟ ଓ ନିଷ୍ପତିକୁ ଅପେକ୍ଷା କରିବାକୁ ପଡ଼େ l ଦିନେ ନାହିଁ ଦିନେ ଚୋର ଧାରାପଡ଼ିଥାଏ l ଏଭଳି ଏକ ସାରାଂଶକୁ ନେଇ ଚଳଚ୍ଚିତ୍ର ‘ଘରବାହୁଡ଼ା’ର କାହାଣୀ ପର୍ଯ୍ୟବସିତ l ଜଣେ ବେକାର ଯୁବକ ବସ୍‌ରେ ଯାଉଥିବାବେଳେ ଜଣେ ଅମାୟିକ ବ୍ୟକ୍ତିଙ୍କ ପର୍ସ ଚୋରେଇ ଆଣନ୍ତି l ସେହିଦିନଠାରୁ ତାଙ୍କ ମାନସିକତାରେ ପକେଟ୍‌ମାର ବସାବାନ୍ଧେ ସେ ଏହାକୁ ରୋଜଗାରର ପନ୍ଥା ଭାବେ ଗ୍ରହଣ କରନ୍ତି l ପକେଟ୍‌ମାର ପଇସାରେ ସେ ନିଜର ସବୁକିଛି ଉନ୍ନତିମୂଳକ କାମ କରନ୍ତି l ଜଣେ ସୁନ୍ଦରୀ ଝିଅକୁ ବାହା ହୁଅନ୍ତି l ବେଶ ହସଖୁସିରେ ସଂସାର ଚାଲେ l କିଛିଦିନ ପରେ ତାଙ୍କର ପିଲାଟିଏ ହୁଏ l ହେଲେ ସେତେବେଳେ ସେ ଦୂରରେ ଥାଆନ୍ତି l ମେଡିକାଲ୍‌ରେ ପଇସା ପୈଠ ନ କରି ପାରିବାରୁ ପିଲାଟି ନଷ୍ଟ ହେଇଯାଏ l ସେତେବେଳେ ତାଙ୍କର ଚେତା ଆସେ କି ସାଧାରଣ ଲୋକଙ୍କଠାରୁ ଟଙ୍କା ଚୋରାଇବାରେ ନିଜର କେତେ କ୍ଷତି ହୁଏ l ପରେ ସେ ପକେଟ୍‌ମାର କାମ ଛାଡ଼ି ଜଳଖିଆ ଦୋକାନଟିଏ ଦିଅନ୍ତି l ଏଥିପାଇଁ ସମ୍ଭବତଃ ସିନେମା କାହାଣୀର ନାଁ ରହିଛି ‘ଘରବାହୁଡ଼ା’ l କଞ୍ଚାଲଙ୍କା ଆପରେ ପ୍ରଦର୍ଶିତ ଏଇ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ହାସ୍ୟାଭିନେତା ପପୁ ପମ୍ପମ୍, ପ୍ରଦ୍ୟୁମ୍ନ ଲେଙ୍କା,ରାଜୀବଲୋଚନ ଓଝା, ଶଙ୍କର ପ୍ରଧାନ, ସୁଇଟି, କାଞ୍ଚନ ଓ ଐଶ୍ବର୍ଯ୍ୟା l

loading...

Leave A Reply

Your email address will not be published.