Breaking

ମା ଶାରଳାଙ୍କ ଉପରେ ନୂଆ ୱେବ୍‌ସିରିଜ୍‌

0

ଭୁବନେଶ୍ବର: ମା ଶାରଳାଙ୍କ ଉପରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଷ୍ଟ୍ରିମିଙ୍ଗ ହେଇ ସାରିଛି ନୂଆ ୱେବ୍ ସିରିଜ୍‌ “ଜୟ ମା ଶାରଳା” l ଯେଉଁଥିରେ ଆଦିକବି ଶାରଳା ଦାସଙ୍କ ଉପରେ ବର୍ଣିତ ରହିଛି l ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ତେନ୍ତୁଲି ପଦାଠାରେ ତାଙ୍କର ଜନ୍ମ l ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ପୁରାତନ ଓଡ଼ିଆ ଭାଷାର ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚୟତା l ବିଲଙ୍କା ରାମାୟଣ, ମହାଭାରତ, ଚଣ୍ଡୀପୁରାଣ ଓ ଲକ୍ଷ୍ମୀନାରାୟଣ ବଚନିକା ତାଙ୍କ ଦ୍ୱାରା ରଚିତ ଗ୍ରନ୍ଥ l ସେ ହଉଛନ୍ତି ମହାକବି ସାରଳା ଦାସ l ମା ଶାରଳା ଦେବୀଙ୍କ ଠାରୁ ବର ପାଇ ସେ କେମିତି ମହାକବି ହୋଇଛନ୍ତି ତାହା ୱେବସିରିଜ୍‌ରେ ଦର୍ଶାଯାଇଛି l ଏହି ସିରିଜ୍‌ରେ ବାବୁ ପ୍ରଧାନ, ଅର୍ପଣ, ଜ୍ୟୋତି ପ୍ରକାଶ, ପ୍ରକାଶ, କାଳିଆ, ରିଙ୍କୁ ଓ ବିଦ୍ୟା ଜ୍ୟୋତି ଆହୁରି ଅନେକ କଳାକାର ଅଭିନୟ କରିଛନ୍ତି l ଏହାର ନିର୍ଦ୍ଦେଶନା ତୃପ୍ତି ବିଶ୍ୱାଳ ଓ ସଙ୍ଗୀତ ନିର୍ଦ୍ଦେଶନା ତନ୍ମୟ ହୋତା ଦେଇଥିବାବେଳେ ପ୍ରଯୋଜନା କରିଛନ୍ତି ବିରେନ୍ ମହାପାତ୍ର l

loading...

Leave A Reply

Your email address will not be published.