Breaking

ବିଜେଡ଼ିରେ ଯୋଗଦେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ

ଶଙ୍ଖଭବନ ଠାରେ ମିଶ୍ରଣ ପର୍ବ

0

ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ମତ୍ସ୍ୟ ନିଗମ ଅଧ୍ୟକ୍ଷ ସୁବାସ ପାତ୍ର, ପୂର୍ବତନ ଡେପୁଟି ମେୟର ବାସନ୍ତୀ ସିଂ, କର୍ପୋରେଟର ପ୍ରେମାନନ୍ଦ ଜେନା, ଅଚ୍ୟୁତାନନ୍ଦ ସ୍ୱାଇଁ, ରେଣୁବାଳ ଜେନା, ପୂଜା ବେହେରା, ମିନୁଶୀ ଖୁଣ୍ଟିଆ, ପୂର୍ବତନ କର୍ପୋରେଟର ବାସନ୍ତୀ ସିଂ, ଝୁନୁବାଳା ଦେଇ, ଓ ନିର୍ମଳ ରାଉତଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଶ୍ରୀ ରାଉତ, ଡକ୍ଟର ପାତ୍ର ଓ ଶ୍ରୀ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ରାଉତ, ଡକ୍ଟର ପାତ୍ର ଓ ଶ୍ରୀ ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଗ୍ରାମ୍ୟ ମଣ୍ଡଳ ଉପସଭାପତି ପ୍ରଦୀପ ପତି, କୋଷାଧ୍ୟକ୍ଷା ବନ୍ଦନା ରାଣୀ ପଟ୍ଟନାୟକ, ଜେ. ସୀମାଞ୍ଚଳ ରାଓ, ପୂର୍ବତନ ବିଜେପି ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବେହେରା, ସମାଜସେବୀ ଲକ୍ଷ୍ମୀଧର ପାତ୍ର, ଶଙ୍କର ରାଜଭର, ବିଜେପି କର୍ମୀ ମନୋରଞ୍ଜନ ବିଶ୍ୱାଳ, ପ୍ରଦୀପ କୁମାର ବେହେରା, ଦୀପକ ପାତ୍ର, ବିସ୍କା ରେଡ୍ଡୀ, ଭୁବନେଶ୍ୱର ଜିଲ୍ଲା ବିଜେପି ଉପସଭାପତି ଦେବେନ୍ଦ୍ର ପତି, ସୁନୀତା ପତି, ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ଦୀନବନ୍ଧୁ ଦାସ, ଚୈତନ୍ୟ ଦାସ, ବିଜେପି ବାଣୀବିହାର ମଣ୍ଡଳ ସଭାପତି ମନୋଜ ସାହୁ, ଚିନ୍ମୟୀ ମଲ୍ଲ, ଦୀପା ଦାସ, ସଂଗ୍ରାମ ସାମନ୍ତରାୟ, ରାମଚନ୍ଦ୍ର ମହାକୁଡ଼, ଲକ୍ଷ୍ମୀଧର ପାତ୍ର, ସୁରେନ୍ଦ୍ର ସାହୁ, ମହାଦେବ ବାରିକ, ଟୁଲୁ ସାହୁ, ହୃଷୀକେଶ ପାଣିଗ୍ରାହୀ, ଭଞ୍ଜନ ସାହୁ, ମୀନତି ସାହୁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଝରଣା ରାଉତ, ରଞ୍ଜିତା ବିଶ୍ୱାଳ, ରମେଶ ସାହୁ, ଅଶୋ କୁମାର ସାହୁ, ସସ୍ମିତା ମହାପାତ୍ର, କୃଷ୍ଣଚନ୍ଦ୍ର ସାହୁ, ବିପିନ କୁମାର ସ୍ୱାଇଁ, ଅକ୍ଷୟ ପାତ୍ର, ନିରଞ୍ଜନ ବେହେରା, ତାରିଣୀ ପାତ୍ର, ରଞ୍ଜନ କୁମାର ବେହେରା, ସୁକଦେବ ସିଂ, ରାଜକିଶୋର ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ, ମମତା ସ୍ୱାଇଁ, ଅକ୍ଷୟ ଦାସଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

loading...

Leave A Reply

Your email address will not be published.