ଭୁବନେଶ୍ବର: ଡୁହୁ ଡ଼ୁହୁ ଖରାରେ ନିର୍ବାଚନୀ ପ୍ରଚାର କରୁଛନ୍ତି ଭୁବନେଶ୍ବର ଲୋକସଭା ଆସନ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ। ଭୁବନେଶ୍ବରରେ ୪୩ ଡିଗ୍ରୀ ଥିଲା ବେଳେ ମନ୍ମଥ ରାଉତରାୟ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ଯାତ୍ରୀ ମାନଙ୍କ ଯିବା ଆସିବା ସମ୍ପର୍କରେ ପଚାରି ବୁଝିଛନ୍ତି। ବିକାଶର ଫର୍ଦ୍ଦରେ ବରମୁଣ୍ଡା ବସଷ୍ଟାଣ୍ଡ ନୂଆ ରୂପ ପାଇଥିଲା ବେଳେ ବିକଶିତ ବସଷ୍ଟାଣ୍ଡରେ ଲୋକମାନେ କିଭଳି ଯାତ୍ରା କରୁଛନ୍ତି ସେ ନେଇ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ବସଷ୍ଟାଣ୍ଡ ଭିତରେ ଥିବା ଆହାର କେନ୍ଦ୍ରରେ ଆହାର ଖାଉଥିବା ଲୋକ ମାନଙ୍କ ସହ ଖାଦ୍ୟର ମାନ ନେଇ କଥା ହୋଇଥିଲେ। ଏହା ପରେ ବସଷ୍ଟାଣ୍ଡ ପରିସରରେ ଥିବା ମିଶନ ଶକ୍ତି କାଫେରୁ ଜିନିଷ କିଣି ଥିଲେ। ଭୁବନେଶ୍ଵରର ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ରହି ଜନ ସାଧାରଣ ମାନଙ୍କ ସହ କଥା ହୋଇଛନ୍ତି।
Breaking
International Multidisciplinary Conference on Science, Education, and Management Concludes Successfully in Bhubaneswarଆଇଆଇଏମଟିରେ ଆନ୍ତର୍ଜାତୀୟ ସମ୍ମିଳନୀSamsung Announces Early Deliveries for Galaxy S25 Series in Indiaପଟିଆରେ ଖୋଲିଲା ରୋଜ୍ ଟ୍ରାନ୍ସଫରମେସନ୍ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ