Breaking

ମଞ୍ଚ ଉପରେ ଚେତାଶୂନ୍ୟ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

0

ମହାରାଷ୍ଟ୍ରର: ଷ୍ଟେଜ୍‌ ଉପରେ ବେହୋସ୍‌ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଜାତୀୟ ସଙ୍ଗୀନ ଗାନ ବେଳେ ଷ୍ଟେଜ ଉପରେ ବେହୋସ ହୋଇ ପଡ଼ିଲେ ।ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।
ସୂଚନା ଅନୁସାରେ, ଅହମଦନଗରର ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଗଡକରୀ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜର ଅଭିଭାଷଣ ଶେଷ କରିବା ଆସନକୁ ଫେରି ଆସିଥିଲେ। ଆସନରେ ବସିବାର କିଛି ସମୟ ପରେ ଜାତୀୟ ସଙ୍ଗୀତ ଗାନ ବେଳେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ବେହୋସ୍‌ ହୋଇ ଯାଇଥିଲେ।ସେ ପଡ଼ିଯାଉଥିବା ସମୟରେ ତାଙ୍କ ନିକଟରେ ଛିଡ଼ା ହୋଇଥିବା ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କୁ ଧରି ପକାଇଥିଲେ । ତେବେ ନୀତିନ ସେହିଠାରେ ଚେତଶୂନ୍ୟ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

loading...

Leave A Reply

Your email address will not be published.