Breaking

ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ

0

ପୁରୀ: ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ଶ୍ରୀମନ୍ଦିର ଅାସି ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଶୁକ୍ରବାର ଜିଲ୍ଳା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାରଠାରେ କୁମ୍ବଲେ ଓ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରାଯାଇଛି । ବେଢ଼ା ପରିସର ଅନ୍ୟାନ୍ୟ ମନ୍ଦିର ମଧ୍ୟ ବୁଲି ଦେଖିଥିଲେ। ଦର୍ଶନ ସାରି ଫେରିବା ପରେ କୁମ୍ବଲେ କହିଥିଲେ ଯେ, ମହାପ୍ରଭୁଙ୍କୁ ଦର୍ଶନ କରି ବହୁତ ଖୁସି ଲାଗୁଛି। ପୁଅର ଜନ୍ମଦିନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁଅର ଶୁଭକାମନା କରିଛି।ବିଶ୍ୱ କପ ହକି ଚାଲିଥିବା ବେଳେ ଭାରତୀୟ ହକି ଦଳକୁ ଏନେଇ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି କୁମ୍ବଲେ ।

loading...

Leave A Reply

Your email address will not be published.