Breaking

ରାଜଧାନୀର ଆପାର୍ଟମେଣ୍ଟରେ ସେକ୍ସ କାରବାର : ୩ ଯୁବତୀ ଉଦ୍ଧାର, ୩ ଯୁବକ ଗିରଫ

0

ଭୁବନେଶ୍ୱର: କମିସନରେଟ୍‌ ପୁଲିସର ବାରମ୍ବାର ଚଢ଼ଉ ପରେ ଗତ କିଛିଦିନ ହେବ ରାଜଧାନୀରେ ସେକ୍ସ ର‍୍ୟାକେଟ୍‌ କାରବାର ଧିମା ହୋଇଥିବା ବେଳେ ଏବେ ପୁଣି ଥରେ ସକ୍ରିୟ ହୋଇଉଠିଛି। ଆଜି ଖଣ୍ଡଗିରି ଥାନା ପୁଲିସ ଓ କ୍ୟୁଏଟିର ମିଳିତ ସହଯୋଗରେ ସମ୍‌ ହସ୍ପିଟାଲ ପାଖରେ ଥିବା ଏକ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ଅଚାନକ ଚଢ଼ଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକ ଗିରଫ କରିଛି। ଘଟଣାସ୍ଥଳରୁ ପୁଲିସ ୨ଟି କାର, ୩ ବାଇକ ସମେତ ଅନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି।ଏନେଇ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି।
ତେବେ ରାଜଧାନୀ ଭୁବନେଶ୍ୱରରେ ସେକ୍ସ କାରବାର ଚାଲୁଥିବା ଖବର ନୂଆ ନୁହେଁ। ପ୍ରାୟ ନିୟମିତ ବ୍ୟବଧାନରେ ଏମିତି ଖବର ଆସୁଛି। ପୋଲିସ୍ ସବୁବେଳେ ଚଢ଼ାଉ ଜାରି ରଖିଥିଲେ ବି ଦେବ ବ୍ୟବସାୟ କମୁନି। ପୋଲିସ୍ ଏମାନଙ୍କୁ ଧରୁଛି। କିନ୍ତୁ ଯେତେ ଧରିଲେ ବି ବେପାର ଥମୁନି।

loading...

Leave A Reply

Your email address will not be published.