Breaking

ଇତିହାସ ପାଲଟିବ’ ମିଗ୍ ୨୭ ‘

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଇତିହାସ ପାଲଟିଯିବ ମିଗ୍ ୨୭ ଯୁଦ୍ଧ ବିମାନ । ଆସନ୍ତା କାଲି ଠାରୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବ ଏହି ଲଢୁଆ ବିମାନର ନାମ। ‘ମିଗ୍ – ୨୭’ ଲଢ଼ୁଆ ବିମାନର ଯୁଗ ଶେଷ ହେବାକୁ ଯାଉଛି । କାରଗିଲ ଯୁଦ୍ଧ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ମିଗ୍ ବିମାନ ଆସନ୍ତା କାଲିଠାରୁ ସେବା ନିବୃତ୍ତ ହେବ। ୪ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ପାଲଟିଥିବା ଏହି ଲଢ଼ୁଆ ବିମାନକୁ ଡି-କମିସନ୍ କରାଯିବ, ଅର୍ଥାତ ସେବା ନିବୃତ କରାଯିବ । ଆସନ୍ତାକାଲି ବା ଡିସେମ୍ବର ୨୭ ତାରିଖରେ ଯୋଧପୁର ର ବିମାନ ଘାଟିରୁ ଅନ୍ତିମ ପର୍ଯ୍ୟାୟ ଉଡାଣ ଭରି ଇତିହାସ ପୃଷ୍ଠାରେ ବିଲିନ ହୋଇଯିବ।

loading...

Leave A Reply

Your email address will not be published.