Breaking

ସୁଶାସନ ସୂଚକାଙ୍କ

ଚତୁର୍ଦଶ ସ୍ଥାନରେ ଓଡିଶା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି ସୁଶାସନ ସୂଚକାଙ୍କ ତାଲିକା । ସୁଶାସନ ତାଲିକାରେ ତାମିଲନାଡୁ ଏକ ନମ୍ବରରେ ଆଉ ଓଡିଶା ୧୪ ନମ୍ବରରେ ରହିଛି । ଏହି ତାଲିକା ୧୦ଟି କ୍ଷେତ୍ରକୁ ନେଇ ପ୍ରସ୍ତୁତ କରାଯାଇଛି । ୩ଟି ଗ୍ରୁପରେ ବିଭକ୍ତ ହୋଇଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ । ବଡ ରାଜ୍ୟ, ନର୍ଥଇଷ୍ଟ ଏବଂ ହିଲ ଷ୍ଟେଟ, କେନ୍ଦ୍ର ଶାସିତ ଅଞ୍ଚଳ । ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନାର ସଫଳ ରୂପାୟନ ସୁଶାସନର ସ୍ଥିତି ମାପିବା ଏହାର ମୁଖ୍ୟ ଉଦେଶ୍ୟ।ମାନବସମ୍ବଳ ବିକାଶ, କୃଷି , ସାମିଜକ କଲ୍ୟାଣ, ବିକାଶ ଓ ପରିବେଶ ଭଳି ୧୦ କ୍ଷେତ୍ର ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦର୍ଶନର ମୂଲ୍ୟାଙ୍କନ କରାଯାଇଛି । ଓଡିଶା ଚତୁର୍ଦ୍ଦଶ ସ୍ଥାନରେ ରହିଥିବା ବେଳେ ତାମିଲନାଡୁ ପ୍ରଥମ ସ୍ଥାନରେ ଅଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟ ପ୍ରଥମ ୬ଟି ସ୍ଥାନରେ ଅଛନ୍ତି । ସାର୍ବଜନୀକ ଭିତ୍ତିଭୂମି ଓ ଉପଯୋଗରେ ଓଡିଶା ୧୮ ତମ ସ୍ଥାନରେ ରହିଥିବା ବେଳେ ଜନସ୍ୱାସ୍ଥ୍ୟରେ ଓଡିଶାର ସ୍ଥାନ ୧୮ରେ ରହିଛି । କୃଷି ଓ ସମ୍ବନ୍ଧିତ କ୍ଷେତ୍ର ସୂଚକାଙ୍କରେ ଓଡିଶା ୧୦, ଆର୍ଥିକ ଶାସନ ସୂଚକାଙ୍କରେ ଓଡିଶାର ସ୍ଥାନ ୯, ସାମାଜିକ କଲ୍ୟାଣ ବିକାଶ ସୂଚକାଙ୍କରେ ସ୍ଥାନ ୬ ନମ୍ବରରେ ରହିଛି ଓଡିଶା।

loading...

Leave A Reply

Your email address will not be published.