Breaking

ତାଲାବନ୍ଦ ବିଫଳ:ରାହୁଲ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦେଶ ବର୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନରେ।କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ କରାଯାଇଥିଲା। ତାଲାବନ୍ଦ ଓ କରୋନାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରି ତାଲାବନ୍ଦକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ନରେନ୍ଦ୍ର ମୋଦୀ ଦୁଇ ମାସ ପୂର୍ବରୁ କହିଥିଲେ ଆମେ ୨୧ ଦିନ ମଧ୍ୟରେ କରୋନା ଭାଇରସକୁ ପରାସ୍ତ କରିବୁ, କିନ୍ତୁ ବର୍ତ୍ତମାନ ୬୦ ଦିନ ପରେ ଆମ ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଦେଶରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଭାରତରେ ଲକଡାଉନ ସଂପୂର୍ଣ ବିଫଳ ହୋଇଛି ବୋଲି କହିଛନ୍ତି ରାହୁଲ। ଏହାସହ ୪ଟି ଯାକ ଲକଡାଉନ ବିଫଳ ଓ ଲକ୍ଷ୍ୟ ଫେଲ ମାରିଛି ବୋଲି କହିଛନ୍ତି ରାହୁଲ। ଏହା ସହ ସରକାରଙ୍କୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିବେଦନ କରିଛନ୍ତି।

loading...

Leave A Reply

Your email address will not be published.