Breaking

ଏଲ୍‌ଏଲ୍‌ସିସି ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଭୁବନେଶ୍ବର ମିଡିଆ ସ୍ପୋର୍ଟସ କ୍ଲବ୍‌କୁ ହରାଇଲା ମିଡିଆ ଏକାଦଶ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଚର୍ତୁଶ ଏଲ୍‌ଏଲ୍‌ସିସି ଟେନିସ୍ ବଲ୍ ସଟ୍ ଗ୍ରାଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇଆର୍‌ସି ଭିଲେଜ୍ ସ୍ଥିତ ଏଲ୍‌ସିସି ଗ୍ରାଉ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ମାନସି ସୁନ୍ଦରାୟ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ତିନିଦିନ ଧରି ଭୁବନେଶ୍ୱରର ୧୬ଟି ବଛାବଛା ଟିମ୍‌କୁ ନେଇ ଅନୁଷ୍ଠିତ ହେବ । ଆଜି ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍ ଭୁବନେଶ୍ୱର ମିଡିଆ ସ୍ପୋର୍ଟସ କ୍ଲବ୍ ଓ ମିଡିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀଯୁକ୍ତ ରାଉତ ଟସ୍ ପକାଇ ମ୍ୟାଚ୍ ଆରମ୍ଭ କରିଥିଲେ । ମିଡିଆ କ୍ଲବ୍‌ର ଅଧିନାୟକ ସୁକାନ୍ତ ରାଉତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପି ନେଇଥିଲେ ।
ଏହି ୬ ଓଭର ବିଶିଷ୍ଟ ମ୍ୟାଚ୍‌ରେ ପ୍ରଥମେ ମିଡିଆ କ୍ଲବ୍ ବ୍ୟାଟିଂ କରି ୭ ଓି୍ୱକେଟ ହରାଇ ୬୩ ରନ୍ ସଂଗ୍ରହ କରିଥିଲେ । ଜବାବରେ ମିଡିଆ ଏକାଦଶ ୫ ଓଭର ଦୁଇଟି ବଲ୍‌ରେ ୩ ୱିକେଟ୍‌ରେ ମ୍ୟାଚ୍‌ଟିକୁ ଜିତି ନେଇଥିଲେ । ଏହି ମ୍ୟାଚ୍‌କୁ ଅଜୟ ଓ ପଂକଜ ପରିଚାଳନା କରିଥିବା ବେଳେ ଅଜିତ ସହଯୋଗ କରିଥିଲେ ।

loading...

Leave A Reply

Your email address will not be published.