Breaking

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଭୁବନେଶ୍ୱରରେ ମହାନଗର ନିଗମ ଜୈବିକ ସାର ‘ମୋ ଖତ’ ବିକ୍ରୟ ନିମନ୍ତେ କିଓସ୍କର ଉଦ୍‌ଘାଟନ କରିଛନ୍ତି । ଏହି ଅବସର ରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର (ଏମ୍‌.ସି.ସି) ମାନଙ୍କରୁ ବାହାରୁ ଥିବା ଜୈବିକ ଖତ ବଜାରରେ ଉପଲବ୍ଧ ହେବ । ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମରେଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ ଏବଂ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ ଅନ୍ୟ ସହରାଞ୍ଚଳରେ ଆରମ୍ଭ ହେବ । ‘ମୋ ଖତ’ ନାମରେ ଏହି ଖତ ପ୍ରସ୍ତୁତିରେ ଭୁବନେଶ୍ୱର ନାଗରିକମାନଙ୍କର ଯଥେଷ୍ଟ ଯୋଗଦାନ ରହିଛି । ନିୟମିତ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକ ପୃଥକ ଭାବେ ଭୁବନେଶ୍ୱର ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ଦେଇ ବର୍ଜ୍ୟର ବିଜ୍ଞାନସମ୍ମତ ପରିଚାଳନାକୁ ପ୍ରମାଣିତ କରିବାରେ ସେମାନେ ନିଜର କର୍ତ୍ତବ୍ୟ ସଂପାଦନ କରିଛନ୍ତି । ପରିମଳ ବ୍ୟବସ୍ଥାକୁ ଉନ୍ନତରୁ ଉନ୍ନତ୍ତର କରି ଭୁବନେଶ୍ୱରକୁ ଏକ ସ୍ୱଚ୍ଛ ସହର ଭାବେ ପ୍ରତିଷ୍ଠିତ କରିବାରେ ନାଗରିକମାନଙ୍କର ସହଯୋଗକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ ।
‘ମୋ ଖତ’ ଜୈବିକ ସାର ୫ କି.ଗ୍ରା ପ୍ୟାକେଟ୍‌କୁ ୧୨୫ ଟଙ୍କାରେ ବିକ୍ରୟ କରାଯିବ । ବିକ୍ରୟ କେନ୍ଦ୍ର ଏସ୍‌.ଏଚ୍‌.ଜିର ଦାୟିତ୍ୱରେ ରହିବ । କ୍ରମାଗତ ଭାବେ ବିଭିନ୍ନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସାର ଯୋଗାଇ ଦିଆଯିବ । ଏଥିରୁ ପ୍ରାପ୍ତ ଅର୍ଥ ଏମ୍‌ସିସିକୁ ସ୍ୱୟଂଚାଳିତ କରିବାରେ ବିନିଯୋଗ ହେବ । ଏହି ବିକ୍ରୟ କେନ୍ଦ୍ର ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ବିଏମ୍‌ସିର କର୍ମକର୍ତ୍ତାମାନେ ପରିଚାଳନାଗତ ଆବଶ୍ୟକୀୟ ସହଯୋଗ କରିବେ ଏବଂ ସ୍ଥିରୀକୃତ ନିୟମ ଅନୁସାରେ ଏହି ବିକ୍ରୟ କେନ୍ଦ୍ରର ନଥି ତଦାରଖ କରାଯିବ ।
ପ୍ରକାଶଯୋଗ୍ୟ ଯେ ବର୍ଜ୍ୟବସ୍ତୁର ବିଜ୍ଞାନସମ୍ମତ ପରିଚାଳନା ନିମନ୍ତେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିିସି) ଏବଂ ୧୧ଟି ମାଟେରିଆଲ୍‌ ରିକଭରି ଫ୍ୟାସିଲିଟି ସେଣ୍ଟର ରହିଛି । ଏଥିରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଚୟନ ହୋଇଥିବା ସଦସ୍ୟାମାନେ ସ୍ୱଚ୍ଛସାଥୀ ଭାବେ କାର୍ଯ୍ୟ କରୁଛନ୍ତି । ସେ୍ୱଚ୍ଛାସେବୀ ସଂଗଠନରୁ ୬୭ ଜଣ ସେ୍ୱଚ୍ଛାସେବୀ ଏହାର ପରିଚାଳନାରେ ମଧ୍ୟ ସହଯୋଗ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ, ମୁନିସିପାଲ୍‌ ପ୍ରଶାସନର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ, ବିଏମ୍‌ସିର ଅଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ, ସଚେତନ ନାଗରିକ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.