Breaking

କନ୍ୟା ସନ୍ତାନର ପିତା ହେଲେ ବିରାଟ 

ଟୁଇଟ୍ କରି ଦେଲେ ସୂଚନା

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କର କନ୍ୟା ସନ୍ତାନ ହୋଇଥିବା ନେଇ ବିରାଟ ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ହିନ୍ଦୀ ଏବଂ ଇଂରାଜୀ ର ଏହି ପୋଷ୍ଟ ରେ ବିରାଟ ନିଜର ଏବଂ ପ୍ରଶଂସକ ମାନଙ୍କୁ ଏହି ଖୁସି ଖବର ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି। ଉଭୟ ନବଜାତ ଶିଶୁ ଏବଂ ଅନୁଷ୍କା ସୁସ୍ଥ ଥିବା ନେଇ ବିରାଟ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ସନ୍ତାନ ପ୍ରସବ ପୂର୍ବରୁ ବିରାଟ କୋହଲି ପିତୃତ୍ଵ ଲାଭ ଛୁଟିରେ ରହିଛନ୍ତି। ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ରେ କୋହଲିଙ୍କ ଅନୁପସ୍ଥିତିରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରୁଛି।

loading...

Leave A Reply

Your email address will not be published.